ମୃଦୁପାନୀୟ  ଆମ ଶରୀର ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

0 236

ଆଜିକାଲି ଆମେ ସୋଡା ପାନୀୟ ପିଇବାକୁ ପସନ୍ଦ କରୁଛୁ । ବଜାରରେ ବିଭିନ୍ନ ବହୁରାଷ୍ଟ୍ରୀୟ ବ୍ରାଣ୍ଡର ମୃଦୁ ସୋଡା ପାନୀୟ ମିଳୁଛି । ପିଲାଙ୍କଠାରୁ ଆରମ୍ଭ କରି ବୁଢା ସମସ୍ତେ ଏହାକୁ ପିଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ କେବେ ଭାବିଛନ୍ତି  ଏଗୁଡ଼ିକଆମ ଶରୀର ପାଇଁ କେତେ କ୍ଷତିକାରକ ? ଆସନ୍ତୁ ଜାଣିବା

 

 ୧. ଦନ୍ତକ୍ଷୟ

ନିୟମିତଭାବେ ସୋଡ଼ା ପାନୀୟ ପିଇବା ଦ୍ୱାରା ଆପଣଙ୍କ ଦାନ୍ତ ଓ ତା ଉପରେ ଥିବା ଏନାମେଲ ନଷ୍ଟ ହେବାର ଆଶଙ୍କା ରହିଛି । ଏଥିରେ ବ୍ୟବହାର ହେଉଥିବା ଏସିଡ୍‌ ଦାନ୍ତକୁ ଖରାପ କରେ ।

୨. ମେଦବହୁଳତା

ମୃଦୁ ପାନୀୟରେ ଚିନି ରହୁଥିବାରୁ ତାହା ଆପଣଙ୍କୁ ମୋଟା କରିପାରେ । ଆଜିକାଲି ଛୋଟପିଲାଙ୍କ ମେଦବହୁଳତାର ଏକ ବଡ଼ କାରଣ ହେଉଛି ମୃଦୁ ପାନୀୟ ।

୩. କିଡନୀ ଉପରେ ପ୍ରଭାବ

ଅଧିକାଂଶ ମୃଦୁପାନୀୟରେ ଫସଫେରିକ ଏସିଡ ରହିଥାଏ । ଡାକ୍ତରମାନଙ୍କ ମତରେ ଏହା କିଡନୀ ଓ ଲିଭର ପାଇଁ ବେଶ କ୍ଷତିକାରକ ।

୪. ଆଜମା :  ମୃଦୁ ପାନୀୟର ଗୁଣବତ୍ତା ଅକ୍ଷୁର୍ଣ୍ଣ ରଖିବାକୁ ଓ ସେଥିରେ ଯେପରି ବ୍ୟାକ୍ଟେରିଆ ବଢିନପାରିବେ ସେଥିପାଇଁ ସେଥିରେ ସୋଡିୟମ ବେନଜୋଟ୍‌ ନାମକ ରାସାୟନିକ ପଦାର୍ଥ ମିଶାଯାଏ । କିନ୍ତୁ ଏହା ଆମ ଶରୀରେ ଆଜମା ରୋଗ ସୃଷ୍ଟି କରେ ।

୫. ଦୁର୍ବଳ ଅସ୍ଥି

ସୋଡା ପାନୀୟରେ ଥିବା ଫସଫେରିକ ଏସିଡ ଆମ ଶରୀରର ଅସ୍ଥିକୁ ଦୁର୍ବଳ କରିଥାଏ । ଆମଶରୀରର କିଛି କାଲସିୟମ ମୁତ୍ରବାଟ ଦେଇ ବାହାରିଯାଏ, ଫଳରେ ଅସ୍ଥି ଦୁର୍ବଳ ହୁଏ ।

୬. ହୃଦରୋଗ

ସୋଡାପାନୀୟରେ ଥିବା ଅଧିକ ଶର୍କରା ଯୋଗୁଁ ଆମ ଲିଭରରୁ ଅଧିକ ପରିମାଣରେ ଟ୍ରାଇଗ୍ଲିକେରାଇଡ୍‌ ନିର୍ଗତ ହୁଏ ।  ଏହା ଦ୍ୱାରା ହୃଦରୋଗ ହେବାର ସମ୍ଭାବନା ବଢିଯାଏ ।

Leave A Reply

Your email address will not be published.