ମୃତ୍ୟୁ ଉପହାର, ପାର୍ସଲବୋମା ଫୁଟି ବର ଓ ଜେଜେମା’ ମୃତ , ନବ ବଧୁ ଗୁରୁତର

0 39

ପାଟଣାଗଡ଼ (ବଲାଙ୍ଗୀର) :  ବାହାଘରରେ ମିଳିଥିବା  ଉପହାର ଆଣିଛି ମୃତ୍ୟୁ ।  ଏକ ପାର୍ସଲ ବୋମାକୁ କେହି ଜଣ ଦୁର୍ବୃତ୍ତ ଏମାନଙ୍କୁ ମାରିବା ଉଦ୍ୟେଶରେ ପଠାଇଥିଲା । ଆଉ ସିଏ ବି ସଫଳ ହୋଇଛି । ବଲାଙ୍ଗୀର ପାଟଣା ଗଡରେ ପାରସ୍ଲ ବୋମା ବିସ୍ପୋରଣରେ   ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କର ଜେଜେମା ଜେନାମଣୀ ସାହୁଙ୍କର ମୃତ୍ୟୁ ହୋଇଛି । ଏଥିରେ ନବ ବଧୂ ରିମା ସାହୁ ଗୁରୁତର ହୋଇଛନ୍ତି । ଗୁରୁତର ରିମାଙ୍କୁ ପ୍ରଥମେ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟ ଓ ପରେ  ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।

ଫେବ୍ରୁଆରୀ ୧୮ ତାରିଖରେ ସୈାମ୍ୟଙ୍କର ବାହାଘର ହୋଇଥିଲା । ଘରୁବନ୍ଧଉ ବାନ୍ଧବ ଯିବାପରେ ସେ ୨୩ ତାରିଖରେ ମିଳିଥିବା ଉପହାର ସବୁକୁ ଖୋଲିଥିଲେ । ଏଥିରେ ଏକ ପାର୍ସଲ ବିସ୍ପୋରଣ ହୋଇଥିଲା । ଘରର କାନ୍ଥ ବି ଏହି ବିସ୍ପୋରଣରେ ଫାଟିଯାଇଥିଲା । ପାଖ ପଡୋଶୀ ଧାଇଁ ଆସିଥିଲେ। ଗୁରୁତର ଅବସ୍ଥାରେ ଏମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତ କରିଥିଲେ। ଏଥିରେ ଗୁରୁତର ହୋଇଥିବା ସୌମ୍ୟ ଓ ତାଙ୍କର ଜେଜେମାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.