ଶ୍ରୀମନ୍ଦିରରେ ଦୋଳ , ହୋଲି  ଓ ଚାଚେରୀ ବେଶ

0 38

ସାରା ଭାରତର ପୁର ପଲ୍ଲୀରେ ରାଧାଗୋବିନ୍ଦଙ୍କର ରାସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଫାଲଗୁନ ପୂର୍ଣ୍ଣି୍ମା ବା ଦୋଳ ପୂର୍ଣ୍ଣିମାରେ  ଶ୍ରୀମନ୍ଦିରରେ  ଦୋଳତ୍ସୋବ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ  ନିକଟରେ ଥିବା ଦୋଳବେଦୀରେ  ମହାସମାରୋହରେ ଦୋଳତ୍ସୋବ ପାଳିତ ହୋଇଥାଏ ।

ଦୋଳବେଦୀର ଅତି ପ୍ରାଚୀନ ଫଟୋ
SRIMANDIRA, ଜଗନ୍ନାଥ ମନ୍ଦିର

ଫଗୁଣ ମାସର ଶୁକ୍ଳ ପକ୍ଷ ଦଶମୀ ଠାରୁ  ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ  ଶ୍ରୀ ବିଗ୍ରହମାନଙ୍କର ଚାଚେରୀ ବେଶ ଅନୁଷ୍ଠତ ହୋଇଥାଏ । ଚାଚେରୀ ବେଶରେ ଶ୍ରୀ ବିଗ୍ରହମାନେ ଗିଳି ମାଳି, ତାବିଜମାଳି, ପଦ୍ମମାଳି,  ହରଡ ମାଳି, କୁଣ୍ଡଳ ଓ ମସ୍ତକ ଶୀର୍ଷରେ ଚନ୍ଦ୍ରିକା ,ଅଣ୍ଟାରେ ଅଣ୍ଟା ପାଟି ଓ ଓଡିଆଣୀ ଅଳଙ୍କାର ପରିଧାନ କରି ଥାଆନ୍ତି ।

ସନ୍ଧ୍ୟାଧୂପ ପରେ ଚାଚେରୀ ବେଶ ଓହ୍ଲାଇ ଦିଆଯାଏ । ଏହି ସମୟରେ ସ୍ୱତନ୍ତ୍ର ଚାଚେରୀ ଭୋଗ କରାଯାଇଥାଏ । ଚାଚେରୀ ଭୋଗରେ ସାନ ଆରିସା , ବଡ ଆରିସାସ ଧଉଳା, ଘିନାଡି, ମରିଚି ନଡୁ, ଖୁରୀ ଆଦି ଭୋଗଲାଗିଥାଏ । ଦୋଳ ପୂର୍ଣ୍ଣମୀରେ  ଚଳନ୍ତି ପ୍ରତିମା ଦୋଳବେଦୀରେ ଫଗୁ ଖେଳିଥାଆନ୍ତି । ଭକ୍ତମାନେ ବି ଏଥିରେ ଅତି ଶ୍ରଦ୍ଧାର ସହ ସାମିଲ ହୁଅନ୍ତ । ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ପ୍ରସିଦ୍ଧ ଯାତ୍ରା ।  ପୂର୍ଣ୍ଣିମାରେ ରାଜାବେଶ ବି ଅନୁଷ୍ଠିତ ହୁଏ ।

ଶ୍ରୀଜୀଉମାନଙ୍କର ଚାଚେରୀ ବେଶ
CHACHERI BESHA OF LORTDS AT SRIMANDIRA

Leave A Reply

Your email address will not be published.