ସଲାମ୍‌ ଦୂତୀ ଚାନ୍ଦ, ଓଡିଆ ଝିଅ ଦୂତୀ ଏସୀୟ କ୍ରୀଡାରେ ରଚିଲେ ଇତିହାସ

ସଲାମ୍‌ ଦୂତୀ ଚାନ୍ଦ, ଓଡିଆ ଝିଅ ଦୂତୀ ଏସୀୟ କ୍ରୀଡାରେ ରଚିଲେ ଇତିହାସ

0 145

ଜାକାର୍ତ୍ତା.- ମାଲେସିଆର  ଜାକାର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ଇତିହାସ ରଚିଛନ୍ତି ।  ସେ ପ୍ରଥମ ଓଡିଆ ଆଥଲେଟ୍‌ ଭାବେ ଏସୀୟ କ୍ରୀଡାର ୧୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି । ୧୧.୩୨ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି । ମାତ୍ର ୦.୦୨ ସେକେଣ୍ଡରେ ସେ ପଛରେ ରହିବାରୁ  ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି ।

ସେ ସେମିଫାଇନଲ୍‌ରେ ୧୧.୪୩ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରିଥିଲେ । ଶୁକ୍ରବାରରେ ୧୧.୩୮ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ । ଏଥିପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.