ବିକ୍ରି ହେବ ଦେଶରେ ଥିବା ଶତ୍ରୁ ସମ୍ପତ୍ତି

0 58

ନୂଆଦିଲ୍ଲୀ  .- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶତୃ ସମ୍ପତ୍ତି ଅଂଶଧନ ବିକ୍ରି ଲାଗି ପ୍ରକ୍ରିୟା ଓ କାର୍ୟ୍ୟପଦ୍ଧତିକୁ ମଞ୍ଜୁରି ଦେଇଛନ୍ତି ଯା’ର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା:-

୧. ଶତୃ ସମ୍ପତ୍ତି ଅଧିନିୟମ ୧୯୬୮ର ଧାରା ୮-ଏର ଉପଧାରା-୧ ଅନୁଯାୟୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଭିରକ୍ଷା/ଭାରତ ଶତୃ ସମ୍ପତ୍ତି ପରୀକ୍ଷଣ ଅଧୀନ ଶତୃ ସମ୍ପତ୍ତି ଅଂଶଧନଗୁଡ଼ିକର ବିକ୍ରି ଲାଗି ‘ନୀତିଗତ ଭାବେ’ ମଞ୍ଜୁରି ଦିଆଯାଇଛି ।

୨. ଏଗୁଡ଼ିକ ବିକ୍ରି କରିବା ଲାଗି ଶତୃ ସମ୍ପତ୍ତି ଅଧିନିୟମ ୧୯୬୮ର ଧାରା ୮ ଏର ଉପଧାରା-୭ର ବ୍ୟବସ୍ଥା ଅଧୀନରେ ନିବେଶ ଏବଂ ସରକାରୀ ସମ୍ପତ୍ତି ପରିଚାଳନା ପାଇଁ କ୍ଷମତା ପ୍ରଦାନ କରାଯାଇଛି ।

୩. ପୁଞ୍ଜି ପ୍ରତ୍ୟାହାର ଲାଭ ସ୍ୱରୂପ ବିକ୍ରିଲବ୍ଧ ଉପାର୍ଜ୍ଜନକୁ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଧାରିତ ସରକାରୀ ଖାତାରେ ଜମା କରାଯିବ ।

ବିସ୍ତୃତ ବିବରଣୀ :

୧. ୨୦,୩୨୩ ଅଂଶଧନ ଧାରକମାନଙ୍କ ୯୯୬ଟି କମ୍ପାନୀରେ ମୋଟ ୬,୫୦,୭୫,୮୭୭ ଅଂଶଧନ ସିଇପିଆଇର ଅଭିରକ୍ଷା ଅଧୀନରେ ରହିଛି । ଏହି ୯୯୬ଟି କମ୍ପାନୀ ମଧ୍ୟରୁ ୫୮୮ଟି ସକ୍ରିୟ/କାର୍ୟ୍ୟକ୍ଷମ କମ୍ପାନୀ ରହିଛି । ଏଥିମଧ୍ୟରୁ ୧୩୯ଟି କମ୍ପାନୀ ତାଲିକାଭୁକ୍ତ ଏବଂ ଅବଶିଷ୍ଟ କମ୍ପାନୀ ଅଣତାଲିକାଭୁକ୍ତ । ଏହି ଅଂଶଧନଗୁଡ଼ିକୁ ବିକ୍ରି କରିବାର ପ୍ରକ୍ରିୟା ନିମନ୍ତେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସାମିଲ କରି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ବିକଳ୍ପ କାର୍ୟ୍ୟପଦ୍ଧତି (ଏଏମ) ଠାରୁ ମଞ୍ଜୁରି ହାସଲ କରିବାକୁ ହୋଇଥାଏ । ଅଧିକାରୀମାନଙ୍କ ଉଚ୍ଚସ୍ତରୀୟ କମିଟି ଏଏମର ସହାୟତା କରିବ । ଏହାର ସହ-ଅଧ୍ୟକ୍ଷ ଭାବେ ସଚିବ, ଡିଆଇପିଏଏମ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ (ଡିଇଏ, ଡିଏଲଏ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଏବଂ ସିଇପିଆଇର ପ୍ରତିନିଧିମାନଙ୍କ ସହିତ) ରହିବେ । ଏହା ଅଂଶଧନଗୁଡ଼ିକର ବିକ୍ରି ଲାଗି ପରିମାଣ, ମୂଲ୍ୟ/ମୂଲ୍ୟସୂଚୀ, ନୀତି ଏବଂ କାର୍ୟ୍ୟପଦ୍ଧତି ସମ୍ପର୍କରେ ସୁପାରିସ କରିବ ।

୨. ଶତୃ ଅଂଶଧନଗୁଡ଼ିକର କୌଣସି ପ୍ରକାରର ବିକ୍ରି ଆରମ୍ଭ କରିବା ପୂର୍ବରୁ ସିଆଇପିଆଇ ଏହା ପ୍ରମାଣିତ କରିବ ଯେ ଶତୃ ଅଂଶଧନଗୁଡ଼ିକର ଏହି ବିକ୍ରୟ କୌଣସି ନ୍ୟାୟାଳୟ, ଟ୍ରିବ୍ୟୁନାଲ କିମ୍ବା କୌଣସି ପ୍ରାଧିକରଣ କିମ୍ବା ବର୍ତ୍ତମାନ ଲାଗୁ କୌଣସି ଆଇନ ଦ୍ୱାରା ପ୍ରତିବନ୍ଧିତ ନୁହେଁ ଏବଂ ଏହାର ସରକାରଙ୍କ ଦ୍ୱାରା ଫଇସଲା ଯୋଗ୍ୟ ଅଟେ ।

୩. ଚଳତ ଶତୃ ସମ୍ପତ୍ତିର ଫଇସଲା ଲାଗି, ଯାହା ବର୍ତ୍ତମାନ ଆବଶ୍ୟକ ଅଟେ, ପରାମର୍ଶଦାତା/ମାର୍ଚେଣ୍ଟ ବ୍ୟାଙ୍କ, ଆଇନଗତ ପରାମର୍ଶଦାତା, ବିକ୍ରି ବ୍ରୋକର ଆଦିଙ୍କ ଭଳି ମଧ୍ୟବର୍ତ୍ତୀମାନଙ୍କ ଖୋଲା ଟେଣ୍ଡର/ସୀମିତ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଡିଆଇପିଏଏମଙ୍କ ଦ୍ୱାରା ନିଯୁକ୍ତ କରାଯିବ । ଆନ୍ତଃମନ୍ତ୍ରଣାଳୟ ଗୋଷ୍ଠୀ (ଆଇଏମଜି) ବିକ୍ରି ପ୍ରକ୍ରିୟା ଲାଗି ମାର୍ଗଦର୍ଶନ କରିବ ।

୧୯୬୮ର ଅଧିନିୟମରେ ‘ଶତୃ’ର ପରିଭାଷା ନିମ୍ନପ୍ରକାରେ ରହିଛି : ‘ଶତୃ’ କିମ୍ବା ‘ଶତୃ ବିଷୟ’ କିମ୍ବା ‘ଶତୃ ସଂସ୍ଥା’ର ଉଦ୍ଦେଶ୍ୟ ସେହି ବ୍ୟକ୍ତି କିମ୍ବା ଦେଶ ସହ ଜଡ଼ିତ ଯାହା ଏକ ଶତୃ, ଶତୃ ବିଷୟ କିମ୍ବା ଏକ ଶତୃ ସଂସ୍ଥା ଥିଲା, ଭାରତର ପ୍ରତିରକ୍ଷା ଅଧିନିୟମ ଏବଂ ନିୟମାବଳୀ ଅନ୍ତର୍ଗତ ଯେପରି ମାମଲା ହୋଇଥାଉ, କିନ୍ତୁ ଏଥିରେ ଭାରତର ନାଗରିକ ସାମିଲ ହୁଅନ୍ତି ନାହିଁ । ୨୦୧୭ର ସଂଶୋଧନ ଦ୍ୱାରା ଏଥିରେ ଏହାର ଆଇନଗତ ଉତ୍ତରାଧିକାରୀ କିମ୍ବା ବଂଶଜ, ସେ ଭାରତର ନାଗରିକ ହୁଅନ୍ତୁ ବା ନହୁଅନ୍ତୁ କିମ୍ବା ଏପରି ଦେଶର ନାଗରିକ ହୋଇଥାନ୍ତୁ ଯେଉଁମାନେ ଭାରତର ଶତୃ ହୋଇଥା’ନ୍ତୁ ବା ନ ହୋଇଥା’ନ୍ତୁ ଏବଂ ଯିଏ ନିଜ ଜାତୀୟତା ବଦଳାଇଥିବ, ସେମାନଙ୍କୁ ପ୍ରତିବଦଳ କରାଯାଇଛି ।

ପ୍ରଭାବ :

୧. ଏହି ନିଷ୍ପତ୍ତି ଦ୍ୱାରା ୧୯୬୮ ଶତୃ ସମ୍ପତ୍ତି ଅଧିନିୟମ ଲାଗୁ ହେବା ପରେ ବହୁ ଦଶନ୍ଧି ଧରି ବେକାର ହୋଇ ପଡ଼ି ରହିଥିବା ଶତୃ ସମ୍ପତ୍ତି ଅଂଶଧନର ମୁଦ୍ରୀକରଣ ହୋଇପାରିବ ।

୨. ୨୦୧୭ରେ ସଂଶୋଧନ ଦ୍ୱାରା ଶତୃ ସମ୍ପତ୍ତିର ଫଇସଲା ଲାଗି ଏକ ଆଇନଗତ ବ୍ୟବସ୍ଥା କରାଯାଇଥିଲା ।

୩. ଶତୃ ସମ୍ପତ୍ତି ଅଂଶଧନଗୁଡ଼ିକର ବିକ୍ରି ଲାଗି ପ୍ରକ୍ରିୟା ଏବଂ ବ୍ୟବସ୍ଥାର ମଞ୍ଜୁରି ପରେ ଏବେ ଏଗୁଡ଼ିକର ବିକ୍ରି ପାଇଁ ଏକ ବ୍ୟବସ୍ଥା ଗଠନ କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ ପ୍ରଭାବ :

ଏହି ନିଷ୍ପତ୍ତି ଦ୍ୱାରା ବହୁ ଦଶନ୍ଧୀ ଧରି ବେକାର ହୋଇ ପଡ଼ିରହିଥିବା ଅଚଳ ଶତୃ ସମ୍ପତ୍ତିର ମୁଦ୍ରୀକରଣ ହୋଇପାରିବ । ଏହାର ବିକ୍ରୟରୁ ପ୍ରାପ୍ତ ଧନର ଉପଯୋଗ ବିକାଲ ଏବଂ ସମାଜ କଲ୍ୟାଣ କାର୍ୟ୍ୟକ୍ରମରେ କରାଯାଇପାରିବ ।

Leave A Reply

Your email address will not be published.