ଏଥର ହେବ ପ୍ରବଳ ଗରମ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

0 76

ନୂଆଦିଲ୍ଲୀ :  ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ମାସ ଆରମ୍ଭରୁ ଭାରତର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଛି । ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।  ବୁଧବାରରେ ମୁମ୍ବାଇରେ ସର୍ବୋଚ୍ଚ ତାପମାତ୍ରା ୩୭.୪ ଡିଗ୍ରୀ ସେଲସିୟସ  ରହିଥିଲା। ଏହା ସାଧାରଣ ତାପମାତ୍ରାଠାରୁ ୫.୫ ଡିଗ୍ରୀ ଅଧିକ । ଦିଲ୍ଲୀରେ ମେ ମାସରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥାଏ ।  ମାତ୍ର ୨ ମାସ ପୂର୍ବରୁ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇଲାଣି  । ହରିୟାଣା, ପଞ୍ଜାବ ଓ ରାଜସ୍ଥାନରେ ଚଳିତ ବର୍ଷ ୧.୫ ଡିଗ୍ରୀ ଅଧିକ  ତାପମାତ୍ର ହେବ । ହିମାଚଳ ପ୍ରଦେଶ ଓ ଉତ୍ତରା ଖଣ୍ଡରେ ୨.୩ ଡିଗ୍ରୀ ଅଧିକ ହେବ ।

ଓଡିଶାରେ ବି ହେବ ନିଆଁ ବର୍ଷା

ଓଡିଶାର ମାଲକାନଗିରିରେ ବୁଧବାରରେ ସର୍ବାଧିକ ୩୮.୬ ଡିଗ୍ରୀ ତାପମାତ୍ରା  ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ଚଳିତ ବର୍ଷ ଓଡିଶାରେ ବି ସାଧାରଣ ତାପମାତ୍ରା ଠାରୁ ଅଧିକ ତାପମାତ୍ରା  ଅନୂଭୂତ ହେବ ।

ଖରାରେ ବାହାରିବା ପୂର୍ବରୁ ସତର୍କତା

ଖରାରେ ବାହାରିବା ପୂର୍ବରୁ ସାଙ୍ଗରେ ଛତା କିମ୍ବା ଟୋପି , ପାଣି ବୋତଲ ଓଦା ଗାମୁଛା ବା କପଡା ରଖିବା ଭଲ । ଏହି ସମୟରେ ଆବଶ୍ୟକତା ଅନୁସାରେ ଅଧିକ ପାଣି ପିଇବା ଶରୀର ପକ୍ଷେ ଭଲ । ଆଲକହଲଠାରୁ ଦୂରରେ ରହିଲେ ଶରୀର ପକ୍ଷେ ହିତକାରୀ ।

Leave A Reply

Your email address will not be published.