ତୈଳ ଏବଂ ଗ୍ୟାସ ଲାଗି ପରିବର୍ଦ୍ଧିତ ରିକଭରୀ ବ୍ୟବସ୍ଥାକୁ ପ୍ରୋତ୍ସାହନ ସଂକ୍ରାନ୍ତ ନୀତିଗତ ଢାଂଚାକୁ  ମଞ୍ଜୁରି

0 47

ନୂଆଦିଲ୍ଲୀ .-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ତୈଳ ଏବଂ ଗ୍ୟାସର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ବର୍ତ୍ତମାନର ହାଇଡ୍ରୋକାର୍ବନ ଭଣ୍ଡାରରୁ ରିକଭରୀରେ ସୁଧାର ଲାଗି ପରିବର୍ଦ୍ଧିତ ରିକଭରୀ (ଇଆର)/ଉନ୍ନତ ରିକଭରୀ (ଆଇଆର)/ଅଣପାରମ୍ପରିକ ହାଇଡ୍ରୋକାର୍ବନ (ୟୁଏଚସି) ଉତ୍ପାଦନ ପଦ୍ଧତି/କୌଶଳକୁ ବିକଶିତ କରିବା ସଂକ୍ରାନ୍ତ ନୀତିଗତ ଢାଂଚାକୁ ମଞ୍ଜୁରି ଦେଇଛନ୍ତି । ଇଆରରେ ପରିବର୍ଦ୍ଧିତ ତୈଳ ରିକଭରି (ଇଓଆର) ଏବଂ ପରିବର୍ଦ୍ଧିତ ଗ୍ୟାସ ରିକଭରୀ (ଇଜିଆର) ସାମିଲ ରହିଛି । ଅଣ-ପାରମ୍ପରିକ ହାଇଡ୍ରୋକାର୍ବନ (ୟୁଏଚସି) ଉତ୍ପାଦନ ପଦ୍ଧତି/କୌଶଳରେ ଶେଲ ତୈଳ ଏବଂ ଗ୍ୟାସ ଉତ୍ପାଦନ, ଟାଇଟ ତୈଳ ଏବଂ ଗ୍ୟାସ, ଶେଲ, ଗ୍ୟାସ ହାଇଡ୍ରେଟ୍ସ ଏବଂ ଭାରୀ ତୈଳରୁ ଉତ୍ପାଦନ ସାମିଲ ରହିଛି । ପରିବର୍ଦ୍ଧିତ ରିକଭରୀ, ଉନ୍ନତ ରିକଭରୀ ଏବଂ ଅଣ ପାରମ୍ପରିକ ହାଇଡ୍ରୋକାର୍ବନ ଉତ୍ପାଦନ ଲାଗି ଅତ୍ୟଧିକ ପୁଞ୍ଜି ଏବଂ ଜଟିଳ ପ୍ରଯୁକ୍ତିର ଆବଶ୍ୟକତା ରହିଥାଏ । ସେଥିପାଇଁ ଏହା ଅତି ଆହ୍ୱାନପୂର୍ଣ୍ଣ ହୋଇଥାଏ । ଏଥିପାଇଁ ସହାୟକ ମୌଳିକ ଢାଂଚା ପ୍ରତିଷ୍ଠା କରିବା, ଲଜିଷ୍ଟିକ ସହାୟତା, ରାଜସ୍ୱ ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ପ୍ରସ୍ତୁତ କରିବାର ଆବଶ୍ୟକତା ଥାଏ ।

ଏହି ନୀତିର ରଣନୈତିକ ଉଦ୍ଦେଶ୍ୟ ଏକାଡେମିକ ଏବଂ ଗବେଷଣା ପ୍ରତିଷ୍ଠାନ, ଉଦ୍ୟୋଗ ଏବଂ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଉନ୍ନତ ତାଳମେଳ ଜରିଆରେ ଅନୁକୂଳ ପରିବେଶ ସୃଷ୍ଟି କରିବା, ଉତ୍ତୋଳନ ଏବଂ ଉତ୍ପାଦନ (ଇଏଣ୍ଡପି) ଠିକାଦାରମାନଙ୍କୁ ଇଆର/ଆଇଆର/ୟୁଏଚସି ବ୍ୟବସ୍ଥା/କୌଶଳ ବ୍ୟବହାର ଲାଗି ସହାୟତା ଏବଂ ପ୍ରୋତ୍ସାହନ ଯୋଗାଇଦେବା ଅଟେ । ଏହି ନୀତି ସମସ୍ତ ଅନୁବନ୍ଧ ପ୍ରଣାଳୀ ଏବଂ ନାମାଙ୍କିତ କ୍ଷେତ୍ରରେ ଲାଗୁ ହେବ । ଏହି ନୀତିଗତ ପଦକ୍ଷେପର ଦ୍ୱାରା ନୂତନ ନିବେଶକୁ ପ୍ରୋତ୍ସାହନ ମିଳିବ, ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ ଏବଂ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଏହି ନୀତି ଦ୍ୱାରା ନୂତନ, ଅଭିନବ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ଏବଂ ଜ୍ଞାନକୌଶଳ ସମ୍ବନ୍ଧୀୟ ସମନ୍ଵୟକୁ ପ୍ରୋତ୍ସାହନ ମିଳିବ ଯାହାଦ୍ୱାରା ବର୍ତ୍ତମାନର କ୍ଷେତ୍ରରେ ଉତ୍ପାଦକତାରେ ସୁଧାର ଆସିବ ।

ଏହି ନୀତି ଅନ୍ତର୍ଗତ ଇଆର ପ୍ରକଳ୍ପର ବ୍ୟୟରେ ବିପଦ ହ୍ରାସ କରିବା ଲାଗି ଇଆର କ୍ଷମତା, ଉଚିତ ଇଆର କୌଶଳର ଆକଳନ ଏବଂ ରାଜସ୍ୱ ପ୍ରୋତ୍ସାହନ ଆଧାରରେ ପ୍ରତ୍ୟେକ କ୍ଷେତ୍ରର ବ୍ୟବସ୍ଥିତ ଆକଳନର ପରିକଳ୍ପନା କରାଯାଇଛି ଯାହାଦ୍ୱାରା ନିବେଶକୁ ଆର୍ଥିକ ଭାବେ ବ୍ୟବହାରିକ କରାଯାଇପାରିବ । ଏହି ନୀତିର ପ୍ରମୁଖ ବିଶେଷତ୍ୱ ମଧ୍ୟରେ ସରକାରଙ୍କ କ୍ଷମତା ପ୍ରାପ୍ତ ଅନୁଷ୍ଠାନ ଜରିଆରେ କ୍ଷେତ୍ରର ବାଧ୍ୟତାମୂଳକ ଯାଂଚ ଅନୁଧ୍ୟାନ ସୁନିଶ୍ଚିତ କରିବା ଏବଂ ବାଣିଜ୍ୟିକ ସ୍ତରରେ ଇଆର ପ୍ରକଳ୍ପର କାର୍ୟ୍ୟାନ୍ୱୟନ ଜରିଆରେ ଏହାକୁ ପାଇଲଟ ଆଧାରରେ ଲାଗୁ କରିବା ସାମିଲ ରହିଛି । ପରିବର୍ଦ୍ଧିତ ରିକଭରୀ (ଇଆର) ସମିତି ଗଠନ କରାଯାଇଛି ସେଥିରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ହାଇଡ୍ରୋକାର୍ବନ ମହାନିର୍ଦ୍ଦେଶାଳୟର ପ୍ରତିନିଧି, ଶିକ୍ଷା ଏବଂ ଖନନ କ୍ଷେତ୍ରର ବିଶେଷଜ୍ଞ ସାମିଲ ରହିଛନ୍ତି । ସମିତି ଏହି ନୀତିକୁ ଲାଗୁ ଏବଂ ଅନୁଧ୍ୟାନ କରିବ । ଏହି ନୀତି ବିଜ୍ଞପ୍ତି ପ୍ରକାଶ ପାଇବାର ତାରିଖ ଠାରୁ ପରବର୍ତ୍ତୀ ୧୦ ବର୍ଷର ଅବଧି ଲାଗି ଲାଗୁ ରହିବ । ତେବେ ରାଜସ୍ୱ ପ୍ରୋତ୍ସାହନ ଇଆର/ୟୁଏଚସି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ କରିବାର ତାରିଖ ଠାରୁ ୧୨୦ ମାସର ଅବଧି ଲାଗି ଉପଲବ୍ଧ ରହିବ । ଏହି ନୀତି ଅନ୍ତର୍ଗତ ବିଭିନ୍ନ ପ୍ରକ୍ରିୟାକୁ ପୂରଣ କରିବା ଲାଗି ସମୟ-ସୀମା ନିର୍ଦ୍ଧାରଣ କରାଯାଇଛି । ନିର୍ଦ୍ଧାରିତ କୂପରେ ଇଆର କୌଶଳକୁ ଲାଗୁ କରାଯିବା ଦ୍ୱାରା ହେଉଥିବା ଅତିରିକ୍ତ ଉତ୍ପାଦନ ଉପରେ ଉପଟିକସ/ରୟାଲିଟିରେ ଆଂଶିକ ଛାଡ଼ ରୂପରେ ରାଜସ୍ୱ ପ୍ରୋତ୍ସାହନ ଦିଆଯାଇଛି ।

ପୁରୁଣା ତୈଳ କୂପରେ ଉନ୍ନତ ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ହାଇଡ୍ରୋକାର୍ବନ ଉତ୍ପାଦନକୁ ଦ୍ରୁତ କରାଯାଇପାରିବ । ଏହାଦ୍ୱାରା ମୂଳ ତୈଳ ଉତ୍ପାଦନରେ ୫ ପ୍ରତିଶତର ବୃଦ୍ଧି ହାର ଦ୍ୱାରା ପରବର୍ତ୍ତୀ ୨୦ ବର୍ଷରେ ୧୨୦ ଏମଏମଟି ଅତିରିକ୍ତ ତୈଳ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଗ୍ୟାସ ବ୍ୟାପାରରେ ମୂଳ ଉତ୍ପାଦନରେ ୩ ପ୍ରତିଶତର ବୃଦ୍ଧି ହାର ଦ୍ୱାରା ପରବର୍ତ୍ତୀ ୨୦ ବର୍ଷ ପାଇଁ ୫୨ ବିସିଏମ ଅତିରିକ୍ତ ଗ୍ୟାସ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.