ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଲାଗି ଭାରତ ଓ ବୁଲଗେରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

0 29

ନୂଆଦିଲ୍ଲୀ.- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଏଥିରେ ନିମ୍ନ ଲିଖିତ ବିଷୟ ଉଲ୍ଲେଖ କରାଯାଇଛି ।

୧. ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସମ୍ପ୍ରସାରଣ କରିବା ।

୨. ପର୍ଯ୍ୟଟନ ସହ ସମ୍ବନ୍ଧୀୟ ତଥ୍ୟ ଏବଂ ସୂଚନାର ଆଦାନପ୍ରଦାନ କରିବା ।

୩. ହୋଟେଲ ଏବଂ ଟୁର ଅପରେଟର ସମେତ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ସମସ୍ତ ପକ୍ଷଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ।

୪. ମାନବ ସମ୍ବଳ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ପାରସ୍ପରିକ ଆଦାନପ୍ରଦାନର ଗତିବିଧି ଚଳାଇବା ।

୫. ଦ୍ୱିପାକ୍ଷିକ ପର୍ୟ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ଟୁର ଅପରେଟର, ଗଣମାଧ୍ୟମ ଏବଂ ମତ ସୃଷ୍ଟିକାରୀମାନଙ୍କୁ ପରସ୍ପରଙ୍କ ନିକଟକୁ ଯିବା ଆସିବା କରିବାର ସୁବିଧା ଦେବା ।

୬. ପ୍ରୋତ୍ସାହନ, ବିପଣନ, ପର୍ୟ୍ୟଟନ ସ୍ଥଳର ବିକାଶ ଏବଂ ପରିଚାଳନା ବିଷୟରେ ଅଭିଜ୍ଞତାର ଆଦାନପ୍ରଦାନ କରିବା ।

୭. ପର୍ୟ୍ୟଟନ ସ୍ଥଳୀ ଉପରେ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ର ଜରିଆରେ ପର୍ଯ୍ୟଟନ ର ଆକର୍ଷଣୀୟ ସ୍ଥଳ ରୂପରେ ଉଭୟ ଦେଶର ପ୍ରଚାର କରିବା ।

୮. ସୁରକ୍ଷିତ, ସମ୍ମାନଜନକ ଏବଂ ନିରନ୍ତର ପର୍ୟ୍ୟଟକୁ ପ୍ରୋତ୍ସାହନ ଯୋଗାଇଦେବା ।

Leave A Reply

Your email address will not be published.