ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି ଭାରତ, ରୁଷୀୟ ସଂଘ ମଧ୍ୟରେ ବୁଝାମଣା

• ରେଳ ବୈଷୟିକ ସହଯୋଗ ଲାଗି ଭାରତ, ଯୌଥ ରୁଷୀୟ ରେଳବାଇ କମ୍ପାନୀ ମଧ୍ୟରେ ବୁଝାମଣା ନେଇ ଅବଗତ ହେଲେ କ୍ୟାବିନେଟ

0 4

ନୂଆଦିଲ୍ଲୀ .-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ରୁଷ ସହିତ 05 ଅକ୍ଟୋବର, 2018ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (MOU) ଏବଂ ଏକ ସହଯୋଗ ବୁଝାମଣା (MOC)ନେଇ ଅବଗତ କରାଯାଇଛି ।

i). ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି ରୁଷୀୟ ସଂଘର ପରିବହନ ମନ୍ତ୍ରଣାଳୟ ସହିତ ବୁଝାମଣାପତ୍ର ।

ii). ରେଳବାଇ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଯୌଥ କମ୍ପାନୀ ‘ରୁଷୀୟ ରେଳବାଇ’ (ଆରଜେଡି) ସହିତ ସହଯୋଗ ବୁଝାମଣା

ରେଳ କ୍ଷେତ୍ରରେ ଏମଓୟୁ/ଏମଓସି ଭାରତୀୟ ରେଳକୁ ନବୀନତମ ବିକାଶ ଏବଂ ଜ୍ଞାନ ବାଣ୍ଟିବା ଲାଗି ମଞ୍ଚ ପ୍ରଦାନ କରୁଛି । ଏମଓୟୁ/ଏମଓସି ସ୍ୱତନ୍ତ୍ର ପ୍ରଯୁକ୍ତି କ୍ଷେତ୍ର ଉପରେ ଫୋକସ କରୁଥିବା ବୈଷୟିକ ବିଶେଷଜ୍ଞ, ରିପୋର୍ଟ ଏବଂ ବୈଷୟିକ କାଗଜପତ୍ର, ତାଲିମ ଏବଂ କର୍ମଶାଳା/ସେମିନାରର ବିନିମୟ ଏବଂ ଜ୍ଞାନ ବାଣ୍ଟିବାରେ ସହାୟତା ପ୍ରଦାନ କରୁଛି ।

ଏମଓୟୁରେ ପରିବହନ ଶିକ୍ଷାର ବିକାଶ ଲାଗି ପ୍ରାଥମିକତା ବିଶିଷ୍ଟ କ୍ଷେତ୍ରରେ ସହଯୋଗର ବ୍ୟବସ୍ଥା ରହିଛି । ବୁଝାମଣାପତ୍ରରେ ବ୍ୟବସାୟିକ-ଆର୍ଥିକ, ବୈଜ୍ଞାନିକ-ବୈଷୟିକ ଏବଂ ସାଂସ୍କୃତିକ ସହଯୋଗରେ ଆନ୍ତଃସରକାରୀ, ରୁଷ-ଭାରତୀୟ ଆୟୋଗର ଢାଞ୍ଚାରେ କାର୍ଯ୍ୟାନ୍ୱୟନ ସହିତ ସ୍ୱତନ୍ତ୍ର ପ୍ରସ୍ତାବର ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବ ।

ଏମଓସିରେ ନିମ୍ନଲିଖିତ କ୍ଷେତ୍ରରେ ବୈଷୟିକ ସହଯୋଗରେ ସହାୟତା ପ୍ରଦାନ କରିବ:

a). ଯାତ୍ରୀବାହୀ ଟ୍ରେନର ଗତି 200 କିମି ଘଣ୍ଟାପ୍ରତି (ସେମି ହାଇସ୍ପିଡ) ବଢ଼ାଇବା ଲାଗି ନାଗପୁର-ସିକନ୍ଦରାବାଦ ସେକ୍ସନର ଉନ୍ନୟନ ଲାଗି ପ୍ରକଳ୍ପକୁ ଲାଗୁ କରାଯିବ । ଏଥିରେ ଭାରତୀୟ ରେଳ ନେଟୱାର୍କର ଅନ୍ୟ ନିର୍ଦ୍ଦେଶାବଳୀ ସହିତ ସେକ୍ସନର ସମ୍ଭାବ୍ୟ ସମ୍ପ୍ରସାରଣ ସାମିଲ ରହିଛି ।

b). କ୍ଷେତ୍ରୀୟ ସ୍ତର, ମଣ୍ଡଳୀୟ ରେଳ ଏବଂ/କିମ୍ବା ଜୋନାଲ ରେଳବାଇକୁ ଯୋଡ଼ୁଥିବା ଉପରିସ୍ଥ ନେଟୱାର୍କ ସ୍ତରରେ ସମାନତା ଥିବା ଯାତାୟାତର ବ୍ୟବସ୍ଥା ଲାଗି ଏକକ ଟ୍ରାଫିକ ନିୟନ୍ତ୍ରଣ କେନ୍ଦ୍ର ଲାଗୁ କରିବା ।

c). ସ୍ୱତନ୍ତ୍ର ନିର୍ମାଣ, ମିଳିତ ନିର୍ମାଣର ସଂଗଠନ ଏବଂ ପ୍ରତିଦ୍ୱନ୍ଦ୍ୱୀ ସିଗନାଲିଂ ଏବଂ ଇଣ୍ଟର-ଲିଙ୍କିଙ୍ଗ ପଦ୍ଧତିକୁ ଲାଗୁ କରିବା ।

d). ସେମି ହାଇ ସ୍ପିଡ ଏବଂ ଏହାଠାରୁ ଉପରିସ୍ଥ ଲାଗି ଟର୍ଣ୍ଣଆଉଟ ସ୍ୱିଚର ଯୋଗାଣ ଏବଂ ଏକତ୍ରିକରଣ ।

e). ରୁଷୀୟ ରେଳ ସହ ଜଡ଼ିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଭାଗିଦାରୀ ସହିତ ଭାରତୀୟ ରେଳର କର୍ମଚାରୀଙ୍କୁ ତାଲିମ ଏବଂ ଆଡଭାନ୍ସ ଯୋଗ୍ୟତା ସୁଧାର ।

f). ମାଲ ଯୋଗାଣ କାର୍ଗୋ ପରିଚାଳନାରେ, ଶ୍ରେଷ୍ଠ ପ୍ରଚଳନ ଏବଂ

g). ଭାରତରେ ମଲ୍ଟି ମଡେଲ ଟର୍ମିନାଲର ମିଳିତ ବିକାଶ ।

Leave A Reply

Your email address will not be published.