ସ୍ମାର୍ଟ ହେବ ଭାରତର ସେନା, ଟେକନଲୋଜୀର ହେବ ଅଧିକ ପ୍ରୟୋଗ

0 150
ନୂଆଦିଲ୍ଲୀ :  ଭାରତ ନିଜର ସୈନ୍ୟଶକ୍ତି ବଳରେ ପାକିସ୍ତାନକୁ ବାରମ୍ବାର ଯୁଦ୍ଧରେ ହରାଇଛି । କିନ୍ତୁ ଚୀନ ସହିତ ଯ଼ୁଦ୍ଧରେ ଭାରତ ପରାଜୟ ବରଣ କରିଥିଲା   ।  ଏବେ ବି ଚୀନ ଆମ ପାଇଁ ସବୁଠୁ ବଡ଼ ଶତ୍ରୁ ହୋଇ ରହିଛି । ଚୀନ ସହିତ ଲଢିବାକୁ ହେଲେ ଆମକୁ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ହେବ  । କାରଣ ଚୀନ ପାଖରେ ରହିଛି ଏକ ଆଧୁନିକ ସେନା , ଯ଼ାହାକି ସବୁପ୍ରକାରର ଟେକନଲୋଜୀର ସଜ୍ଜିତ ହୋଇ ରହିଛି ।   ଭବିଷ୍ୟତର ଯୁଦ୍ଧ କ୍ଷେତ୍ରରେ ସୈନ୍ୟବଳର ଗୁରୁତ୍ୱ କମିବ ଓ ଟେକନଲୋଜୀର ଗୁରୁତ୍ୱ ଓ ବ୍ୟବହାର ବଢିବ । ଭବିଷ୍ୟତରେ ଚୀନ ପରି ଶକ୍ତିଶାଳୀ ଦେଶ ସହ ଯୁଦ୍ଧ କରିବାକୁ ପଡିପାରେ । ଏପରି ଯୁଦ୍ଧ ହେଲେ ତାହା ହେବ ଏକ ହାଇଟେକ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି ଭାରତ  ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭବିଷ୍ୟତରେ ଭାରତୀୟ ସେନା ଟେକନଲୋଜୀର ଅଧିକ ପ୍ରୟୋଗ କରିବ ଓ ସୈନ୍ୟମାନଙ୍କ ସଂଖ୍ୟା କମାଇବ । ଉଦାହରଣସ୍ୱରୂପ, ଭବିଷ୍ୟତର ଯୁଦ୍ଧରେ ପାଇଲଟ କଣ୍ଟ୍ରୋଲ ରୁମରେ ବସିଥିବ ଓ  ଡ୍ରୋନ ଶତ୍ରୁପକ୍ଷ ଉପରେ ବୋମାବର୍ଷଣ କରୁଥିବ । ସେହିପରି ସାଧରଣ  ଜବାନଙ୍କ ସ୍ଥାନ ନେବେ ସ୍ମାର୍ଟ ସୋଲଜର, ଯେଉଁମାନେ ସବୁପ୍ରକାରର ଯୁଦ୍ଧରେ ଓ ବିଭିନ୍ନ ଅତ୍ୟାଧୁନିକ ଟେକନଲୋଜୀ ବ୍ୟବହାର କରିବାରେ  ପାରଙ୍ଗମ ଥିବେ ।
ଏସବୁ ବିଷୟରେ ଭାରତୀୟ ସେନା ଏବେ ଗୁରୁତ୍ୱଦେବା ଆରମ୍ଭ କରିଛି । ନୂଆଦିଲ୍ଲୀରେ ଏବେ ଚାଲିଥିବା ଆର୍ମି କମାଣ୍ଡର ସମ୍ମିଳନୀରେ ଏ ବିଷୟରେ ଗୋପନ ଆଲୋଚନା ଚାଲିଛି ।  ଆଗାମୀ ଦିନରେ ଭାରତୀୟ ସେନାରେ ସଂସ୍କାର ଆଣିବା ସହ ଟେକନଲୋଜୀକୁ ଅଧିକ ବ୍ୟବହାର କରିବା ଉପରେ ଏଠାରେ ସହମତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.