ନେଦରଲାଣ୍ଡରେ ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ସମ୍ମିଳନୀକୁ ଉଦଘାଟନ କରିବେ ଆୟୁଷ ମନ୍ତ୍ରୀ

ନେଦରଲାଣ୍ଡରେ ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ସମ୍ମିଳନୀକୁ ଉଦଘାଟନ କରିବେ ଆୟୁଷ ମନ୍ତ୍ରୀ

0 23

ନୂଆଦିଲ୍ଲୀ .-  ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଶନିବାରରେ  ନେଦରଲାଣ୍ଡରେ ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ସମ୍ମିଳନୀର ଉଦଘାଟନ କରିଛନ୍ତି । ମନ୍ତ୍ରୀ ୧-୪ ସେପ୍ଟେମ୍ବର, ୨୦୧୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନେଦରଲାଣ୍ଡ ଗସ୍ତ କରିଛନ୍ତି  । ଏହି କାର୍ଯ୍ୟକ୍ରମ ଅନ୍ତରାଷ୍ଟ୍ରୀୟ ମହର୍ଷି ଆୟୁର୍ବେଦ ଫାଉଣ୍ଡେସନ, ନେଦରଲାଣ୍ଡ, ଅଖିଳ ଭାରତୀୟ ଆୟୁର୍ବେଦିକ କଂଗ୍ରେସ, ନୂଆଦିଲ୍ଲୀ ଏବଂ ଅନ୍ତରାଷ୍ଟ୍ରୀୟ ଆୟୁର୍ବେଦ ଏକାଡେମୀ, ପୁନେ ଦ୍ୱାରା ନେଦରଲାଣ୍ଡରେ ଭାରତୀୟ ଦୂତାବାସ ସହଯୋଗରେ ମିଳିତ ଭାବେ ଆୟୋଜିତ ହେଉଛି  । ନେଦରଲାଣ୍ଡ ଏବଂ ୟୁରୋପର ପଡୋଶୀ ଦେଶଗୁଡିକରେ ଆୟୁର୍ବେଦ ବିଷୟରେ ପ୍ରଚାର ପ୍ରସାର ପାଇଁ ଏହି ସମ୍ମିଳନୀରେ ଆଲୋକପାତ କରିଛନ୍ତି ।

ଭାରତୀୟ ଦୂତାବାସ ଦ୍ୱାରା ‘ଆୟୁର୍ବେଦ ସହିତ ସ୍ୱାସ୍ଥ୍ୟର ଯତ୍ନ କ୍ଷେତ୍ରରେ ଭାରତ ନେଦରଲାଣ୍ଡ ସହଯୋଗ’ ବିଷୟ ଉପରେ ବିଶେଷ ସମ୍ମିଳନୀ ମଧ୍ୟ ସେପ୍ଟେମ୍ବର ୩,୨୦୧୮ରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି  । ଏହି ସମ୍ମିଳନୀକୁ ଆୟୁଷ ମନ୍ତ୍ରୀ, ମେଡିକାଲ କେୟାର ଏବଂ ସ୍ପୋର୍ଟ ବ୍ରୁନୋ ବ୍ରୁନିସ ମିଳିତ ଭାବେ ସମ୍ବୋଧିତ କରିବେ  । ଏହି ସମ୍ମିଳନୀରେ ଯୋଗ ଏବଂ ଆୟୁର୍ବେଦ ଉପରେ ଭାରତର ପାରମ୍ପରିକ ଜ୍ଞାନ ସୁସ୍ଥ ଜୀବନଶୈଳୀ ଏବଂ ଯୌବନ ରକ୍ଷା ଉପରେ ଆଲୋଚନା କରାଯିବ ।

Leave A Reply

Your email address will not be published.