ଆଇଆରଡିଏର ଏହି  ନିଷ୍ପତ୍ତି ଯ଼ୋଗୁଁ   ମୋଟରସାଇକେଲ ମୂଲ୍ୟରେ ୨୫୦୦ ଟଙ୍କା ହ୍ରାସ ପାଇବ

0 236
ନୂଆଦିଲ୍ଲୀ : ପାର୍ବଣ ଋତୁରେ ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବାଇକ ଦର ପ୍ରାୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।  ଭାରତୀୟ ବୀମା ନିୟାମକ  ଓ ବିକାଶ ପ୍ରାଧିକରଣ (ଆଇଆରଡିଏ)ର ନୂଆ ସର୍କୁଲାର ଅନୁସାରେ ଏହା ସମ୍ଭବ ହୋଇପାରିଛି ।
ଆଇଆରଡିଏ ଦ୍ୱାରା ଅକ୍ଟୋବର ୯ ରେ ଜାରି ହୋଇଥିବା ଅଧିନିୟମ ଅନୁସାରେ ମୋଟର ସାଇକେଲ ମୂଲ୍ୟ ହ୍ରାସ ପାଇଛି। ଏହା ଅନୁସାରେ ଏଣିକି ଗ୍ରାହକ ବାଧ୍ୟତାମୂଳକଭାବେ ୧ ବର୍ଷର ପର୍ସନାଲ ଦୁର୍ଘଟଣା(ସିପିଏ) କଭର ପଲିସି କରିବେ । ପୂର୍ବରୁ ଏହା ୫ ବର୍ଷ ପାଇଁ ଥିଲା। ଏହି ଅଧିନିୟମ ଦ୍ୱାରା ଏଣିକି ମୋଟରସାଇକେଲ ମୂଲ୍ୟ ୨୫୦୦ ଟଙ୍କା ହ୍ରାସ ପାଇବ।
ପୂର୍ବରୁ ପ୍ରଚଳିତ ୫ ବର୍ଷିଆ ନିୟମକୁ ଦେଖି କରି ବୀମା କମ୍ପାନିମାନେ  ବ୍ୟକ୍ତିଗତ ଦୁର୍ଘଟଣା ବୀମା ଲାଗି ବିଭିନ୍ନ ପ୍ରଡକ୍ଟ ପ୍ରସ୍ତୁତ କରୁଥିଲେ । ଏହା ସହିତ ଥାର୍ଡପାର୍ଟି ଇନସ୍ୟୁରାନ୍ସ ମଧ୍ୟ ମିଶିକରି ଥିଲା । କିନ୍ତୁ ଆଇଆରଡିଏର ଏହି ନୂଆ ସର୍କୁଲାର ଆସିବା ପରେ ଏଣିକି ସାଧାରଣ ବୀମା କମ୍ପାନିମାନେ ବର୍ଷିକିଆ ବୀମା ପ୍ଲାନ ଉପଲବ୍ଧ କରାଇବେ ।

Leave A Reply

Your email address will not be published.