ସ୍ୱଦେଶୀ ଯୁଦ୍ଧ ବିମାନ ତେଜସର ଆକାଶରେ ଇନ୍ଧନ ଭରିବା ପରୀକ୍ଷଣ ସଫଳ

0 99

ନୂଆଦିଲ୍ଲୀ — ଭାରତୀୟ ବାୟୁସେନାର ବେସରୁ ଆଜି ଏଲସିଏ ତେଜସ ଏମକେ-୧ରେ ଆକାଶରେ ଉଡୁଥିବା ବେଳେ ଇନ୍ଧନ (ତରଳ ଇନ୍ଧନ) ଭରିବାର କାର୍ୟ୍ୟ ସଫଳତା ପୂର୍ବକ ଶେଷ କରାଯାଇଛି । ଏହି ସଫଳତାକୁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଅନ୍ତିମ ପରିଚାଳନା ସ୍ୱୀକୃତି ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।

ଏହି ପରୀକ୍ଷଣ ପୂର୍ବରୁ ଶୁଷ୍କ ଇନ୍ଧନ ପରୀକ୍ଷଣ କାର୍ୟ୍ୟ ୨୦୧୮ ସେପ୍ଟେମ୍ବର ୪ ଏବଂ ୬ ତାରିଖରେ ସଫଳତା ପୂର୍ବକ ପୁରା କରାଯାଇଥିଲା । ଆକାଶରେ ଇନ୍ଧନ ଭରିବାର ସଫଳତା ଫଳରେ ଆଇଏଏଫର ହାଲକା ଲଢ଼ୁଆ ବିମାନର କ୍ଷମତାରେ ଅନେକ ଗୁଣ ବୃଦ୍ଧି ହେବ । ଏହା ଫଳରେ ବିମାନର ପରିଚାଳନା ଦୀର୍ଘ ସମୟ ପର୍ୟ୍ୟନ୍ତ ଆକାଶରେ କରାଯାଇପାରିବ ।

ପ୍ରତିରକ୍ଷା ମନ୍ତ୍ରୀ ଏହି ମିଶନରେ ସାମିଲ ବିଭିନ୍ନ ଏଜେନ୍ସି ଯେପରିକି ଡିଆରଡିଓ-ଏଡିଏ, ଆଇଏଏଫ, ଏଚଏଏଲ ଆଦିକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି

Leave A Reply

Your email address will not be published.