ଲଘୁଚାପ ଯୋଗୁଁ ଓଡିଶାରେ ଝଡ ବର୍ଷା ସମ୍ଭାବନା

 ଲଘୁଚାପ ଯୋଗୁଁ ଓଡିଶାରେ ଝଡ ବର୍ଷା ସମ୍ଭାବନା

0 435

ଭୁବନେଶ୍ୱର: ପଶ୍ଚିମବଙ୍ଗର ପଶ୍ଚିମ ଓ  ଉତ୍ତର ବଙ୍ଗୋପସାଗରର ସୃଷ୍ଟ  ଘୁର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ବର୍ଷା ସମ୍ଭାବନା । ବୁଧବାର ଓ ଗୁରୁବାରରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହାର ପ୍ରଭାବରେ ବର୍ଷା ହେବାର ଅଛି ।

ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ କନ୍ଧମାଳ ଜିଲାରେ ଏହାର ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସାତ ତାରଖ ପର୍ଯ୍ୟନ୍ତ ବର୍ଷାଲାଗି ରହିବ । ଏହାପରେ  ଲଘୁଚାପ ଦୁର୍ବଳ ହୋଇଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.