ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

0 22

 

ନୂଆଦିଲ୍ଲୀ.-ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ । ଅସାଧାରଣ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । କ୍ରୀଡ଼ା ଏବଂ ଫିଟନେସ ସମ୍ପର୍କିତ କାର୍ଯ୍ୟଧାରାକୁ ଗୁରୁତ୍ୱ ପ୍ରଦାନ କରିବାକୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି, ଯାହାଦ୍ୱାରା କି ଏକ ସୁସ୍ଥ ଭାରତ ଗଠନ ହୋଇପାରିବ ।

ବିଭିନ୍ନ କ୍ରୀଡ଼ା ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କୁ ମୁଁ ଅଭିବାଦନ ଜଣାଉଛି । ସେମାନଙ୍କ କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଫଳରେ ଅନେକ କୀର୍ତ୍ତିମାନ ହାସଲ କରାଯାଇପାରିଛି । ଚଳିତ ବର୍ଷ ଆମ କ୍ରୀଡ଼ା କ୍ଷେତ୍ର ପାଇଁ ସଫଳତାର ବର୍ଷ ହୋଇଛି । ଆମ କ୍ରୀଡାବିତମାନେ ଏସୀୟ କ୍ରୀଡା ୨୦୧୮ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ସହିତ ଆହୁରି ଅନେକ ପ୍ରତିଯୋଗୀତାରେ ଉତ୍କର୍ଷତା ହାସଲ କରିଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.