ବେକରେ ଯନ୍ତ୍ରଣାଓ ଏହାର ଉପଶମ

0 147

ତେବେ ବେକ ପଛପଟେ ମେରୁଦଣ୍ଡ ହାଡ ଦୁର୍ବଳ ହୋଇଗଲେ ଯନ୍ତ୍ରଣା ଲାଗିରହେ ଯାହାକୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍‍ ବୋଲି କହନ୍ତି। ଏଥିରେ ପ୍ରାୟ ଚାଳିଶ ବର୍ଷ ବୟସ ପରେ ବେକ ପାଖରେ ଥିବା ମେରୁଦଣ୍ଡର ହାଡ, ଗଣ୍ଠି, ଡିସ୍କ ସବୁଥିରେ ଗଣ୍ଠିବାତ (ଅଷ୍ଟିଓଆର୍ଥ୍ରାଇଟିସ୍‍) ଆରମ୍ଭ ହୋଇଥାଏ। ବେକ ଓ ମୁଣ୍ଡରେ ଭାର ଉଠାଇବା, ଭାର କାନେ୍ଧଇବା ପରି କାର୍ଯ୍ୟ କଲେ, ଖେଳ ବେଳେ କିମ୍ବା ଦୁର୍ଘଟଣାରେ ବେକରେ ଆଘାତ ଲାଗିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ। ଏଥିସହିତ ବୟସର ପ୍ରଭାବ, ସୁଷମ ଖାଦ୍ୟ ଅଭାବ, ବ୍ୟାୟାମ କିମ୍ବା ଯୋଗ ଅଭ୍ୟାସ ନକରିବା ଦ୍ୱାରା ହାଡ ଘୋରି ହୋଇଯାଏ, ଭାଙ୍ଗିଯାଏ କିମ୍ବା ଖଣ୍ଡେଖଣ୍ଡେ ଛାଡି ମୁନିଆ ହୋଇଯାଏ। ଦୁଇଟି ହାଡ ଭିତରେ ଥିବା ଡିସ୍କର ରବର ଭଳି ଅଂଶରୁ ଜଳୀୟ ଅଂଶ ଶୁଖିଯାଏ ଏବଂ ଏହା ବାହାରକୁ ବାହାରି ମାଂସପେଶୀ, ସ୍ନାୟୁ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଅଙ୍ଗକୁ ଚାପ ଦେଇ ଯନ୍ତ୍ରଣା ସୃଷ୍ଟି କରେ। ହାଡର ଏହି ଛୁଞ୍ଚିଭଳି ମୁନିଆ ଅଂଶକୁ କହନ୍ତି ‘ଅଷ୍ଟିଓ ଫାଇଟ୍‍’। ଏହା ବେଳେବେଳେ ସୁଷୁମ୍ନା କାଣ୍ଡରୁ ବାହାରୁଥିବା ସ୍ନାୟୁରେ ଯନ୍ତ୍ରଣା ସୃଷ୍ଟି କରିଥାଏ ଯାହାକୁ ସ୍ପାଇନାଲ ଷ୍ଟେନୋସିସ୍‍ ବୋଲି କୁହାଯାଏ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍‍ ଏବଂ ସ୍ପାଇନାଲ ଷ୍ଟେନୋସିସ୍‍ ଭଳି ରୋଗରେ ବେକ ଯନ୍ତ୍ରଣା ସହିତ ହାତର ସ୍ନାୟୁ ଦୁର୍ବଳ ହୋଇ ଝିମ୍‍ଝିମ୍‍ ହୁଏ, ହାତ ମାଂସପେଶୀ ଶୁଖିଯାଏ, ଚାଲିଲେ ଗୋଡହାତ ଏଠିସେଠି ପଡେ, ରୋଗ ବଢିଗଲେ ମଳମୂତ୍ର ତ୍ୟାଗ ନିୟନ୍ତ୍ରଣରେ ରହେନାହିଁ, ପାରାଲିସିସ୍‍ ଆକ୍ରାନ୍ତ କରେ। କେତେକ ପରିବାରରେ ଏହା ବଂଶଗତ ଭାବେ ଦେଖାଯାଏ। ଅତ୍ୟଧିକ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ଏଭଳି ରୋଗରେ ପୀଡିତ ହୁଅନ୍ତି। ଡାକ୍ତରମାନେ ରିଫ୍ଲେକ୍ସ ପରୀକ୍ଷା ଏବଂ ଇତିହାସ ଜାଣି ସହଜରେ ରୋଗ ଚିହ୍ନିପାରୁଥିବା ବେଳେ ସମ୍ପୂର୍ଣ୍ଣ ରୋଗ ନିରୂପଣ ପାଇଁ ଏକ୍ସ-ରେ, ସିଟିସ୍କାନ୍‍, ଏମ୍‍ଆର୍‍ଆଇ ଓ ମାଇଲେଗ୍ରାଫି ଭଳି ପରୀକ୍ଷା ସ୍ଥଳ ବିଶେଷରେ ଆବଶ୍ୟକ ହୋଇଥାଏ।େକରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା। ଶରୀରର ଏହି ଭାଗରେ ମେରୁଦଣ୍ଡର ଅଂଶ, ମାଂସପେଶୀ, ସ୍ନାୟୁ, ଧମନୀ, ଶିରା, ଥାଇରଏଡ, ପାରାଥାଇରଏଡ, ଟ୍ରେକିଆ ଆଦି ରହିଛି। ଏଥିରୁ ଯେକୌଣସି ଅଙ୍ଗ ଆକ୍ରାନ୍ତ ହେଲେ ବେକରେ ଯନ୍ତ୍ରଣା ହୋଇଥାଏ। ବେଳେବେଳେ ଶୋଇବା ଭଙ୍ଗୀରେ ସମସ୍ୟା ଯୋଗୁ ବେକରେ ସାମୟିକ ଯନ୍ତ୍ରଣା ହୁଏ। ବେଶୀ ସମୟ ତଳକୁ ଚାହିଁ ଲେଖିବା ଏବଂ କମ୍ପ୍ୟୁଟରରେ କାମ କରିବା କାରଣରୁ ବେକ ପଛ ମାଂସପେଶୀ ଦୁର୍ବଳ ହୋଇ ଯନ୍ତ୍ରଣା ହେଲେ ଏହାକୁ କୁହାଯାଏ- ଟେନ୍‍ସନ ମାୟାଲଜିଆ। ବେକର ନିୟମିତ ବ୍ୟାୟାମ ଏବଂ ଯୋଗ ଦ୍ୱାରା ଏହା ଭଲ ହୋଇଯାଏ।

ସର୍ଭାଇକାଲ ସ୍ପଣ୍ଡିଲୋସିସ୍‍ର ଚିକିତ୍ସା ପାଇଁ ପ୍ରଥମେ ବେକ ମାଂସପେଶୀର ମସାଜ, ଯନ୍ତ୍ରଣା ନିବାରକ ମଲମ ବ୍ୟବହାର, ବେକକୁ ଆରାମ ଦେବା ଲାଗି ବେକପଟି (ସର୍ଭାଇକାଲ କଲାର) ବାନ୍ଧିବା, ସର୍ଭାଇକାଲ ଟ୍ରାକ୍‍ସନ ଆଦି ଦିଆଯାଏ। ଏହା ବ୍ୟତୀତ ବେକ ମୂଳରେ ଇଲେକ୍ଟ୍ରିକାଲ ଷ୍ଟିମୁଲେସନ୍‍ ଦିଆଯାଏ। ଏସବୁ ଉପାୟ, ଯନ୍ତ୍ରଣାନିବାରକ ଔଷଧ ଏବଂ ଇଞ୍ଜେକ୍‍ସନ ଦ୍ୱାରା ଉପଶମ ନହେଲେ ତଥା ପାରାଲିସିସ୍‍ ଲକ୍ଷଣ ପ୍ରକାଶ ପାଇଲେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ। ମିସ୍‍ (ମିନିମାଲ୍‍ ଇନ୍‍ଭାସିଭ୍‍ ସ୍ପାଇନାଲ ସର୍ଜରୀ) ଦ୍ୱାରା ଅଳ୍ପଖର୍ଚ୍ଚରେ ରୋଗୀ ଯନ୍ତ୍ରଣାମୁକ୍ତ ହୋଇପାରୁଛନ୍ତି।

ବେକ ଯନ୍ତ୍ରଣା ସହିତ ଛାତି, ବାମପଟ ହାତରେ ଯନ୍ତ୍ରଣା ହେବା, ଦୁର୍ବଳ ଲାଗିବା ଏବଂ ଝାଳ ବୋହିଯିବା ଅନେକ ସମୟରେ ହୃଦ୍‍ଘାତର ଲକ୍ଷଣ ହୁଏ। ବେକରେ ଧମନୀ ଯନ୍ତ୍ରଣା ଲାଗିରହିବା, ମୁଣ୍ଡ ବିନ୍ଧିବା ସହ ଉଚ୍ଚ ରକ୍ତଚାପ ଥିଲେ ଏହା ମସ୍ତିଷ୍କ ଷ୍ଟ୍ରୋକ୍‍, ପାରାଲିସିସ୍‍ର କାରଣ ହୋଇପାରେ। ସେହିପରି ବେକର ଲସିକା ଗ୍ରନ୍ଥି ଫୁଲିବା ଭୂତାଣୁଜନିତ କିମ୍ବା ଯକ୍ଷ୍ମା (ଟିବି), କ୍ୟାନ୍‍ସର ଯୋଗୁ ହୋଇପାରେ। ଏପରିସ୍ଥିତିରେ ଡାକ୍ତରୀ ପରାମର୍ଶ ନିହାତି ଲୋଡା।

ସବୁ ବେକ ଯନ୍ତ୍ରଣା ସାଂଘାତିକ ନୁହେଁ। ମୁଣ୍ଡର ବୋଝ ବେକ ଉପରେ ପଡୁଥିବାରୁ ଯନ୍ତ୍ରଣା ସମୟରେ ୧୦-୧୫ମିନିଟ ଶୋଇପଡିଲେ ମଧ୍ୟ ଆରାମ ଲାଗେ। ତେବେ ହାଡପାପରା (ଅଷ୍ଟିଓପୋରୋସିସ୍‍) ରୋଗରେ ଭିଟାମିନ୍‍ ଡି’, କ୍ୟାଲସିୟମ, ଆଲାନ୍‍ଡ୍ରନେଟ୍‍ ଭଳି ଔଷଧ ଖାଇଲେ ହାଡ ସୁସ୍ଥ ରହେ। କ୍ଷୀର, ଛେନା, ମାଛ, ମାଂସ ହାଡକୁ ସୁସ୍ଥ ରଖେ।

Leave A Reply

Your email address will not be published.