ଜାଣନ୍ତୁ ଅର୍ଶର କାରଣ, ଲକ୍ଷଣ ଓ ଏହାର  ନିରାକରଣ

0 2,019

ଅର୍ଶ ରୋଗ ଏକ କଷ୍ଟ ଦାୟକ ରୋଗ । ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ।

ଏହା ଦୁଇପ୍ରକାର- ଭିତର ଅର୍ଶ ଓ ବାହାର ଅର୍ଶ। ଅନ୍ତଃବଳୀ ଓ ବହିଃବଳୀ। ଆୟୁର୍ବେଦ ଶାସ୍ତ୍ରାନୁସାରେ ‘ଅର୍ଶଂସି ବହୁ ଦୁଃଖାନି, ବହୁ ବ୍ୟାଧି କରାନି ଚ।’ ଅର୍ଥାତ୍‍- ଅର୍ଶ ରୋଗ ହେଲେ ବହୁ କଷ୍ଟ ସହ ଅନେକ ରୋଗ ସୃଷ୍ଟି ହୁଏ। ଠିକ୍‍ ସମୟରେ ଚିକିତ୍ସା କରାଇଲେ ଯନ୍ତ୍ରଣା ଓ ରୋଗରୁ ରକ୍ଷା ପାଇପାରିବେ। ମଳଦ୍ୱାରକୁ ପ୍ରୋଟେସ୍କୋପି ଦ୍ୱାରା ପରୀକ୍ଷା କଲେ ଅର୍ଶ ଆକାର, କ୍ଷତ ଜଣାପଡ଼େ। ଅର୍ଶ ରୋଗୀ ତନ୍ତୁ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଅର୍ଶ ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ । ତେଲ ମସଲା ଓ ଆମୀଷ କମ୍‌ ଖାଆନ୍ତୁ ।ଅଁଳା ରସ, ମେଥି ଗୁଣ୍ଡ ସେବନ କଲେ ଝାଡା ନରମ ହୋଇଥାଏ । ଉଷୁମ ପାଣିରେ ଏହାକୁ ସେବନ କରନ୍ତୁ । ଏହାର ଆର୍ୟୁବେଦିକ ଉପଚାର ମଧ୍ୟ ସମ୍ଭବ ।

Leave A Reply

Your email address will not be published.