ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

0 14

ନୂଆଦିଲ୍ଲୀ.-ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ଲାଗି ଆଇସିଟି ଆଧାରିତ, ବହୁପକ୍ଷୀୟ ମଂଚ- ପ୍ରଗତିର ବୁଧବାରରେ ୨୮ ତମ ମତବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଗତି ମାଧ୍ୟମରେ ଆୟକର ସମ୍ବନ୍ଧୀୟ ଅଭିଯୋଗ ସମାଧାନର ସମୀକ୍ଷା କରିଥିଲେ । ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ ଯେ ସମସ୍ତ ପ୍ରଣାଳି ପ୍ରଯୁକ୍ତି ଆଧାରିତ ହେବା ଉଚିତ ଏବଂ ମାନବୀୟ ହସ୍ତକ୍ଷେପ ସର୍ବନିମ୍ନ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ଦିଗରେ ହୋଇଥିବା ଅଗ୍ରଗତି ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଆୟକର ବିଭାଗ ଦ୍ୱାରା ଲୋକମାନଙ୍କ ସହାୟତା ନିମନ୍ତେ କରାଯାଇଥିବା ପ୍ରୟାସ ଏବଂ ଉଠାଯାଇଥିବା ପଦକ୍ଷେପର ଉଚିତ ଢଙ୍ଗରେ ସୂଚନା ଆୟକରଦାତାମାନଙ୍କୁ ଦିଆଯିବା ଉଚିତ ।

ବର୍ତ୍ତମାନ ସୁଦ୍ଧା ହୋଇଥିବା ୨୭ଟି ପ୍ରଗତି ବୈଠକରେ ୧୧.୫ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ମୋଟ ନିବେଶ ଥିବା ପ୍ରକଳ୍ପର ସମ୍ପୂର୍ଣ୍ଣ ସମୀକ୍ଷା କରାଯାଇସାରିଛି । ବିଭିନ୍ନ କ୍ଷେତ୍ରରେ ସାଧାରଣ ଅଭିଯୋଗଗୁଡ଼ିକର ସମାଧାନର ମଧ୍ୟ ସମୀକ୍ଷା କରାଯାଇଛି ।

ଆଜି 28ତମ ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ସଡ଼କ ଏବଂ ପେଟ୍ରୋଲିୟମ କ୍ଷେତ୍ରର 9ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ଆନ୍ଧ୍ର ପ୍ରଦେଶ, ଆସାମ, ଗୁଜରାଟ, ଦିଲ୍ଲୀ, ହରିୟାଣା, ତାମିଲନାଡ଼ୁ, ଓଡ଼ିଶା, କର୍ଣ୍ଣାଟକ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ରହିଛି ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଅଧୀନରେ ଆରମ୍ଭ କରାଯିବାକୁ ଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦିଗରେ ହୋଇଥିବା ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ । ସେ ପ୍ରଧାନମନ୍ତ୍ରୀ ଜନ ଔଷଧି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।

Leave A Reply

Your email address will not be published.