ଫ୍ରେଞ୍ଚ୍‌ ଗିଆନାରୁ ଭାରତର ସର୍ବାଧିକ ଭାରୀ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୧୧ର ସଫଳ ଉତକ୍ଷେପଣ

0 15

ନୂଆଦିଲ୍ଲୀ.- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଦ୍ୱାରା ନିର୍ମିତ ସର୍ବାଧିକ ଭାରୀ ତଥା ସର୍ବାଧୁନିକ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୧୧କୁ ଆଜି ପ୍ରତ୍ୟୁଷରେ ଫ୍ରେଞ୍ଚ୍‌ ଗିଆନାଠାରୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରାଯାଇଛି ।

ଆରିଆନ୍‌ ୫ ଠଇ-୨୪୬ ଉତକ୍ଷେପଣ ଯାନ ସାହାଯ୍ୟରେ କୋଉରୁ ଫ୍ରେଞ୍ଚ୍‌ ଗିଆନାସ୍ଥିତ କୋଉରୁ ଲଞ୍ଚ୍‌ ପ୍ୟାଡ଼ଠାରୁ ଏହି ଯୋଗାଯୋଗ ଉପଗ୍ରହ ଜିସାଟ- ୧୧କୁ ଭାରତୀୟ ସମୟ ୨.୦୭ଘଟିକା ସମୟରେ ଉଦ୍‌କ୍ଷେପଣ କରାଯାଇଥିଲା । ଏହି ଉତକ୍ଷେପଣ ଯାନରେ ଦକ୍ଷିଣ କୋରିଆର ଏଋଙ-କଙଗଚଝଇଞ-୨ଇ କୁ ମଧ୍ୟ ମହାକାଶକୁ ପ୍ରେରଣ କରାଯାଇଛି । ଆରିଆନ୍‌ ୫ ହେଉଛି ଆରିଆନ୍‌ସ୍ପେସ୍‌ ପକ୍ଷରୁ ମହାକାଶକୁ ଉତକ୍ଷେପଣକାରୀ ତିନୋଟି ଉତକ୍ଷେପଣ ଯାନ ମଧ୍ୟରୁ ଅନ୍ୟତମ । ଅନ୍ୟ ଦୁଇଟି ଉତକ୍ଷେପଣ ଯାନ ହେଲେ ସୋୟୁଜ୍‌ ଏବଂ ଭେଗା ।

ମହାକାଶକୁ ଉତ୍‌କ୍ଷେପଣ ହେବାର ୩୦ ମିନିଟ ପରେ ଜିସାଟ-୧୧ ଆରିଆନ୍‌ ୫ ମୂଳ ଯାନର ଅପର ପାଶ୍ୱର୍ରୁ ଏଲିପ୍ଟିକାଲ୍‌ ଜିଓସିଙ୍କ୍ରୋନସ୍‌ ଟ୍ରାନ୍ସଫର୍‌ ଅର୍ବିଟ୍‌ ପଦ୍ଧତିରେ ପୃଥକ୍‌ ହୋଇଥିଲା । ଏହାପରେ ଉପଗ୍ରହଟି ତାର କକ୍ଷପଥରେ ନିର୍ଦ୍ଦିଷ୍ଟ ଭାବେ ଅବସ୍ଥାପତି ହୋଇଥିଲା ।

ଜିସାଟ୍‌-୧୧ର ମୋଟ ଓଜନ ହେଉଛି ୫୮୫୪ କିଲୋଗ୍ରାମ ଏବଂ ଏହା ଭାରତୀୟ ମୂଳକ୍ଷେତ୍ର ଏବଂ ଦ୍ୱୀପମାନଙ୍କରେ ୩୨ଟି ୟୁଜର ବିମର କୁ ବ୍ୟାଣ୍ଡ ଏବଂ ୮ଟି ହବ୍‌ ବିମର କୁ ବ୍ୟାଣ୍ଡ ସହାୟତାରେ ଉଚ୍ଚମାନର ଯୋଗାଯୋଗ ସଂଯୋଗ ସୁବିଧା ଯୋଗାଇଦେବ । ଏହି ଉପଗ୍ରହର ସଫଳ ଉତକ୍ଷେପଣ ପରେ ଇସ୍ରୋର ଅଧ୍ୟକ୍ଷ ଡ଼କ୍ଟର କେ ଶିବାନ୍‌ କହିଛନ୍ତି ଯେ “ ଜିସାଟ୍‌-୧୧ ଦେଶର ବ୍ରଡ଼ବ୍ୟାଣ୍ଡ ଯୋଗାଯୋଗକୁ ଆଗକୁ ଆଗେଇ ନେବାରେ ବିଶେଷ ଭାବେ ସହାୟକ ହେବ ଏବଂ ଏହା ଦେଶର ଗ୍ରାମାଞ୍ଚଳ ତଥା ଦୁର୍ଗମ ଗ୍ରାମ ପଞ୍ଚାୟତମାନଙ୍କରେ ଭାରତ ନେଟ୍‌ ପ୍ରକଳ୍ପ ସୁବିଧା ପହଞ୍ଚାଇବ ଯାହାକି ଡ଼ିଜିଟାଲ ଇଣ୍ଡିଆ କାର୍ୟ୍ୟକ୍ରମର ଅଂଶବିଶେଷ ।”

ଭାରତ ନେଟ୍‌ ପ୍ରକଳ୍ପ ବିଭିନ୍ନ ପ୍ରକାର ଜନ କଲ୍ୟାଣକାରୀ ପ୍ରକଳ୍ପ ଯଥା ଇ-ବ୍ୟାଙ୍କିଙ୍ଗ୍‌, ଇ-ସ୍ୱାସ୍ଥ୍ୟ, ଇ- ଗଭର୍ଣ୍ଣାନ୍ସ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ସକାଶେ ଉଦ୍ଦିଷ୍ଟ । ଡ଼କ୍ଟର ଶିବାନ କହିଛନ୍ତି ଯେ ଜି-ସାଟ-୧୧ ଆଗାମୀ ଦିନରେ ଆବଶ୍ୟକ ଥିବା ସମସ୍ତ ପ୍ରକାର ଉଚ୍ଚ ଥ୍ରୁପୁଟ୍‌ ଯୋଗାଯୋଗ ଉପଗ୍ରହର ପୂର୍ବ ସଂସ୍କରଣ । ଏହି ଉପଗ୍ରହର ସଫଳ ଉତକ୍ଷେପଣ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କ ଆତ୍ମବିଶ୍ୱାସକୁ ଢ଼େର୍‌ ମାତ୍ରାରେ ବୃଦ୍ଧି କରିପାରିଛି ।

ଉତକ୍ଷେପଣ ଯାନଠାରୁ ପୃଥକ ହେବାପରେ ଇସ୍ରୋର କର୍ଣ୍ଣାଟକର ହାସାନସ୍ଥିତ ମାଷ୍ଟର କଣ୍ଟ୍ରୋଲ ବ୍ୟବସ୍ଥା ଜିସାଟ-୧୧ର କମାଣ୍ଡ ଏବଂ କଣ୍ଟ୍ରୋଲ ବ୍ୟବସ୍ଥା ହାସଲ କରିଛି ଏବଂ ଉପଗ୍ରହଟିର ସକଳ ପ୍ରକାର ବ୍ୟବସ୍ଥା ଓ କାର୍ୟ୍ୟ ସ୍ୱାଭାବିକ ରହିଛି । ଇସ୍ରୋର ବୈଜ୍ଞାନିକମାନେ ପର୍ୟ୍ୟାୟ କ୍ରମେ ଏହାର ପ୍ରଦକ୍ଷିଣ ବୃଦ୍ଧି କାର୍ୟ୍ୟ ଆଗାମୀ ଦିଗରେ ପରିଚାଳନା କରିବେ ଏବଂ ଉପଗ୍ରହକୁ ଏହାର ଭୂସ୍ଥିର କକ୍ଷପଥରେ (ଭୂମଧ୍ୟରେଖାଠାରୁ ୩୬୦୦୦ କିଲୋମିଟର ଉଚ୍ଚତାରେ) ୭୪ ଡ଼ିଗ୍ରୀ ପୂର୍ବ ଦ୍ରାଘିମାରେ ଅପସ୍ଥାପିତ କରିବ । ପରବର୍ତ୍ତୀ ପର୍ୟ୍ୟାୟରେ ଜିସାଟ୍‌-୧୧ର ଦୁଇଟି ସୌର ଆରେ ଏବଂ ଚାରିଟି ଆଣ୍ଟେନା ରିଫ୍ଲେକ୍ଟର ଏହାର କକ୍ଷପଥରେ ନିୟୋଜିତ କରାଯିବ । ଜିସାଟ-୧୧ର ସକଳ ପ୍ରକାର କକ୍ଷପଥ ପ୍ରଦକ୍ଷିଣ ପରୀକ୍ଷଣ ସଂପୂର୍ଣ୍ଣ ହେବାପରେ ଉପଗ୍ରହଟି କାର୍ୟ୍ୟକ୍ଷମ ହେବ । ଗତ ୨୧ ଦିନ ମଧ୍ୟରେ ଇସ୍ରୋ ମହାକାଶକୁ ସଫଳତାର ସହ ତିନୋଟି ଉପଗ୍ରହ ଏବଂ ଦୁଇଟି ଉତକ୍ଷେପଣ ଅଭିଯାନ ସଂପୂର୍ଣ୍ଣ କରିଛି ।

Leave A Reply

Your email address will not be published.