ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

0 99

ନୂଆଦିଲ୍ଲୀ . – ଦେଶରେ ନାବିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭୀୟ କହିଛନ୍ତି ଯେ, ସମୁଦ୍ର ନାବିକଙ୍କ ସଂଖ୍ୟା ଭାରତରେ ପ୍ରାୟ ୬୦,୦୦୦ ବୃଦ୍ଧି ଘଟିଛି । ପୂର୍ବରୁ ଜାହାଜ ସମ୍ପର୍କିତ କ୍ଷେତ୍ରରେ ୯୨ ହଜାର ଲୋକ ନିଯୁକ୍ତ ଥିବା ବେଳେ ଏବେ ଏହି ସଂଖ୍ୟା ୧,୫୪,୦୦୦କୁ ବୃଦ୍ଧି ପାଇଛି ।

 

ମନ୍ତ୍ରୀ କହିଥିଲେ ଯେ, ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଉଦ୍ୟମ କରୁଛନ୍ତି । ପରୀକ୍ଷା ପଦ୍ଧତିରେ ସଂସ୍କାର କାର୍ୟ୍ୟ ଜାରି ରହିଛି । ପୂର୍ବରୁ ୧ ରୁ ୨ ପ୍ରତିଶତ ପ୍ରାର୍ଥୀ ନାବିକଙ୍କ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ବେଳେ ଏବେ ୧୦ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହେଉଛନ୍ତି । ଏହା ଫଳରେ ଅଧିକରୁ ଅଧିକ ଯୁବପିଢ଼ି ଏହି କ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ପାଉଛନ୍ତି ।

 

ମାଣ୍ଡଭୀୟ କହିଥିଲେ ଯେ, ନାବିକ ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ପିଲାମାନେ ଯେପରି ପ୍ରଶିକ୍ଷଣ କାଳରେ ସମୁଦ୍ର ଭ୍ରମଣର ସୁଯୋଗ ଯେପରି ପାଇବେ ସେ ଦିଗରେ ନିୟମ କରାଯାଇଛି । ଏହା ଫଳରେ ସେମାନେ ଏହି କ୍ଷେତ୍ରରେ ନିଯୁକ୍ତି ପାଇଁ ନିଜକୁ ଅଧିକ ପ୍ରସ୍ତୁତ କରିପାରିବେ ।

Leave A Reply

Your email address will not be published.