ଭାରତ ଏସ-୪୦୦ କିଣିବା ପଥରେ ରହିଛି ଏକ ବଡ଼ ପ୍ରତିବନ୍ଧକ, ତାହା କଣ ଜାଣନ୍ତୁ

0 102
ନୂଆଦିଲ୍ଲୀ : ବିଶ୍ୱର ସୁପରପାଓ୍ଵାର ଆମେରିକାର ବାରଣ ସତ୍ତ୍ୱେ ଭାରତ ଋଷିଆଠାରୁ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ କିଣିବା ଲାଗି ଚୁକ୍ତି କରିଛି  ।  ପୂର୍ବରୁ ଚୀନ ଏସ-୪୦୦ କିଣିବା ନେଇ ଆମେରିକା କଟକଣାର ସମ୍ମୁଖୀନ ହୋଇଥିବାବେଳେ  ଭାରତ ପ୍ରତି କିନ୍ତୁ  କୋହଳ ମନୋଭାବ ପ୍ରଦର୍ଶନ କରିଛି ଟ୍ରମ୍ପ ପ୍ରଶାସନ । କିନ୍ତୁ ଏହାଦ୍ୱାରା ଯେ ସମସ୍ୟା ଶେଷହୋଇଯାଇଛି ତାହା ଭାବିବା ଠିକ ନୁହେଁ । କାରଣ  ଆମେରିକା ଯଦି  ବି କାଟ୍‌ସା ଆଇନ ଭାରତ ଉପରେ ଲାଗୁ ନକରେ, ଆଉ ଏକ ବଡ଼ ସମସ୍ୟା ରହିଯାଇଛି । ତାହା ହେଉଛି ଆମେରିକା ଋଷିଆର କେତେକ ଡିଫେନ୍ସ କମ୍ପାନିଙ୍କ ଉପରେ କଟକଣା ଲଗାଇଛି । ଅର୍ଥାତ ଏସବୁ କମ୍ପାନିରୁ କୌଣସି ସାମଗ୍ରୀ କିଣିଲେ ଆମେରିକାର ବ୍ୟାଙ୍କମାନେ ଡଲାର ଯୋଗାଇବେ ନାହିଁ । ଏସବୁ କମ୍ପାନିଙ୍କ ମଧ୍ୟରେ ଅଛି ଏସ-୪୦୦ ତିଆରି କରୁଥିବା ଋଷୀୟ କମ୍ପାନି ଆଲମାଜ ଆଣ୍ଟେ । ଋଷିଆ ସରକାରଙ୍କ ଜରିଆରେ ଭାରତ ପ୍ରାୟ ୫.୪୩ ବିଲିୟନ ଡଲାର ( ୫୪୩ କୋଟି ଡଲାର) ଏହି କମ୍ପାନିକୁ ପ୍ରଦାନ କରିବ । କିନ୍ତୁ ଏହି କମ୍ପାନିଟି ଆମେରିକୀୟ ବ୍ୟାଙ୍କ ମାନଙ୍କ କଳା ତାଲିକାରେ ଥିବାରୁ ଭାରତ ଡଲାର ସଂଗ୍ରହ କରିବା କଷ୍ଟକର ହୋଇପାରେ ।  ଅବଶ୍ୟ ଆମେରିକା ଭାରତକୁ ଏ କ୍ଷେତ୍ରରେ କୋହଳ କରିବାର ସମ୍ଭାବନା ରହିଛି । କିନ୍ତୁ ଟ୍ରମ୍ପଙ୍କ ଅସ୍ଥିର ମନୋଭାବକୁ ଦେଖିଲେ କଣ ହେବ ତାହା ଏବେଠୁ କହିବା ସମ୍ଭବ ନୁହେଁ ।

Leave A Reply

Your email address will not be published.