ପାକିସ୍ତାନକୁ  ଜବାବ ଦେବାକୁ ସମୟ ଆସିଯାଇଛି : ସେନାଧ୍ୟକ୍ଷ, ଆମେ ଯ଼ୁଦ୍ଧ ପାଇଁ ପ୍ରସ୍ତୁତ : ପାକ୍

0 344

ନୂଆଦିଲ୍ଲୀ : ପାକିସ୍ତାନ ଯେଉଁ ଭାଷା ବୁଝେ ତାକୁ ସେହି ଭାଷାରେ ଜବାବ ଦେବାର ସମୟ ଆସିଯାଇଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ସିଂ ରାଓ୍ଵତ । ସେ କହିଛନ୍ତି ଯେ ପାକିସ୍ତାନ ଓ ଆତଙ୍କବାଦୀଙ୍କ ବର୍ବରତାର ଦୃଢ ଦେବା ପାଇଁ ସମୟ ଆସିଛି । ଆମେ ପାକିସ୍ତାନ ପରି ବର୍ବର ହେବା ନାହିଁ, କିନ୍ତୁ ସେମାନଙ୍କୁ ମନେ ରଖିବାଭଳି ଏକ ଜବାବ ଦିଆଯିବା ଉଚିତ । କିନ୍ତୁ ଜେନେରାଲ ରାଓ୍ଵତଙ୍କ ଏହି ଧମକର ଜବାବରେ ପାକିସ୍ତାନ ସେନା ପକ୍ଷରୁ କୁହାଯ଼ାଇଛି ଯ଼େ ସେମାନେ ଯ଼ୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି ।

ପାକିସ୍ତାନ ସହିତ କଥାବାର୍ତ୍ତା ପ୍ରସଙ୍ଗରେ ରାଓ୍ଵତ କହିଛନ୍ତି ଯେ ଆତଙ୍କବାଦ ଓ କଥାବାର୍ତ୍ତା ଏକା ସଙ୍ଗରେ ଚାଲିପାରିବ ନାହିଁ । ଏଣୁ ସରକାର କଥାବାର୍ତ୍ତା ବାତିଲ କରି ଠିକ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ରାଫେଲ ବିମାନ କିଣା ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେବାକୁ ସେ ମନା କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ସୀମାରେ ବିଏସଏ ଯବାନଙ୍କୁ ପାକିସ୍ତାନ ସୈନ୍ୟ ମାନଙ୍କ ଦ୍ୱାରା ବିଭତ୍ସ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ମୋଦି ସରକାର ଭାରତ ଓ ପାକିସ୍ତାନ ମଧ୍ୟରେ ଜାତିସଂଘରେ ହେବାକୁଥିବା ପ୍ରସ୍ତାବିତ କଥାବାର୍ତ୍ତାକୁ ବାତିଲ କରିଦେଇଛନ୍ତି ।

Leave A Reply

Your email address will not be published.