ବନ୍ୟା ବେଳେ ମନ୍ଦିରର ପ୍ରାଙ୍ଗଣରେ ଇଦ୍‌ ନମାଜ ପାଠ କରିବାକୁ ବ୍ୟବସ୍ଥା କଲେ ମନ୍ଦିର କର୍ତ୍ତୃପକ୍ଷ

ବନ୍ୟା ବେଳେ ମନ୍ଦିରର ପ୍ରାଙ୍ଗଣରେ ଇଦ୍‌ ନମାଜ ପାଠ କରିବାକୁ ବ୍ୟବସ୍ଥା କଲେ ମନ୍ଦିର କର୍ତ୍ତୃପକ୍ଷ

0 77

କୋଟି.- କେରଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ଅଧିକାଂଶ ଘର ପାଣିରେ ବୁଡି ରହିଥିଲା । ସାରା ଦେଶ କେରଳର ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା ।  ଇଦ୍‌-ଅଲ୍‌-ଆଦା ସମୟରେ ବି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକତା ଦେଖିବାକୁ ମିଳିଛି ।

କେରଳର ତିସୁର ଜିଲାରେ ବନ୍ୟା ଯୋଗୁଁ ମସ୍‌ଜିଦ୍‌ ପ୍ରାଙ୍ଗଣରେ ପାଣି ମଣିଷ ଉଚ୍ଚାର ଜମି ରହିଥିଲା । ବନ୍ୟା ପାଣି  ବୁଡି ରହିଥିବାରୁ ରହିଥିବାରୁ ସେଠାରେ ନମାଜ ପାଠ କରିବା ସମ୍ଭବ ନ ଥିଲା । ଏଥିପାଇଁ ପାଖରେ ଥିବା ଏକ ମନ୍ଦରର ପ୍ରାଙ୍ଗଣ ପ୍ରାର୍ଥନା  ଗୃହରେ ମନ୍ଦିର କର୍ତ୍ତୃପକ୍ଷ ନମାଜ ପାଠ ପାଇ ବ୍ୟବସ୍ଥା କରିଥିଲେ । ସୁରୁଖୁରରେ କିପରି ନାମଜ ପାଠ କରାଯାଇ ପାରିବ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।  ଏଥିରେ ୨୦୦ରୁ ଅଧିକ ଇସଲାମ ଧର୍ମାବଲମ୍ବୀ ଭାଗ ନେଇଥିଲେ।

Leave A Reply

Your email address will not be published.