ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଶରଣାର୍ଥୀ ଉଇ ସଦୃଶ, ଦେଶକୁ ନଷ୍ଟ କରିଦେବେ : ଅମିତ ଶାହା

0 79

ନୂଆଦିଲ୍ଲୀ : ଆମ ଦେଶରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନଙ୍କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଜେପି ସଭାପତି ଅମିତ ଶାହା  । ସେ କହିଛନ୍ତି ଯ଼େ ଏମାନେ    ହେଉଛନ୍ତି ଉଇ ସଦୃଶ, ଧୀରେ ଧୀରେ ଆମ ଦେଶକୁ ନଷ୍ଟ କରିଦେବେ । ସେମାନଙ୍କୁ ଖୋଜି ଖୋଜି ବାହାର କରାଯିବ ଓ ଦେଶରୁ ତଡି ଦିଆଯିବ   ନହେଲେ ରକ୍ଷା ନାହିଁ  ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ରାଜସ୍ଥାନର ଜୟପୁରଠାରେ ଏକ ନିର୍ବାଚନୀ ଜନସଭାରେ  ସେ କହିଛନ୍ତି ଯେ ଯେଉଁମାନେ ନିଜର ନଗରିକତ୍ୱ ପ୍ରମାଣ କରିପାରିବେ ନାହିଁ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିବା ଉଚିତ ନୁହେଁ । ସେ କହିଛନ୍ତି କେବଳ ଆସାମରେ ୪୦ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ପୁଣିଥରେ ନାଗରିକତ୍ୱ ପ୍ରମାଣ ପାଇଁ ସୁଯୋଗ ଦିଆଯିବ । କିନ୍ତୁ ଯେଉଁମାନ ପ୍ରମାଣ କରିନପାରିବେ ସେମାନଙ୍କ ପାଇଁ ଆମଦେଶରେ ରହିବାର ଅଧିକାର ନାହିଁ । ସେମାନେ ଭୋଟ ଦେବାର ପ୍ରଶ୍ନ ଉଠୁନାହିଁ । ଏପରିକି ସେମାନଙ୍କର ଆମ ଦେଶରେ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.