ଓଡ଼ିଶାରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ଆରମ୍ଭ

59

ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ନାମଲେଖା ପାଇଁ ଗତକାଲିଠାରୁ ଆବେଦନ ଆରମ୍ଭ ହୋଇଛି । ସାମ୍‍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଅଗଷ୍ଟ ୧୦ତାରିଖ ଯାଏଁ ଜାରି ରହିବ । ସୂଚନା ଅନୁସାରେ ପ୍ରଥମ ଦିନରେ ରାତି ୧୦ଟା ସୁଦ୍ଧା ମୋଟ୍‍ ୭୮ହଜାର ୭୬୩ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି । ଆବେଦନ ଶେଷ ହେବା ପରେ ଅଗଷ୍ଟ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

Comments are closed, but trackbacks and pingbacks are open.