ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ମାସ ୩
ତାରିଖରେ ଭୋଟ ଗ୍ରହଣ କରାଯିବ । ତେବେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏବଂ
ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଡାକ ବ୍ୟବସ୍ଥାରେ ଆରମ୍ଭ ହୋଇଥିବା ମତଦାନ
ପ୍ରକ୍ରିୟା ଶେଷ ହୋଇଛି । ପୂର୍ବରୁ ଏଥିପାଇଁ ୧୨ଡି ଫର୍ମରେ ସ୍ୱୀକୃତିପ୍ରାପ୍ତ
ଭୋଟରଙ୍କ ଘରକୁ ଘର ବୁଲି ପୁଲିଂ ଦଳ ପକ୍ଷରୁ ଭୋଟ ସଂଗ୍ରହ
କରାଯାଇଛି ।
ଇତିମଧ୍ୟରେ ମତଦାନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ପୁଲିଂ
ଦଳର ପ୍ରିଜାଇଡିଂ ତଥା ଅନ୍ୟ ଅଧିକାରୀଙ୍କ ଦ୍ୱିତୀୟ ରାଉଣ୍ଡ ତାଲିମ ପ୍ରଦାନ
ଶେଷ ହୋଇଛି । ୬ଶହରୁ ଊଦ୍ଧ୍ୱର୍ କର୍ମଚାରୀ ଏଥିରେ ତାଲିମ ଗ୍ରହଣ
କରିଛନ୍ତି । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ
ଶାନ୍ତନୁ କୁମାର ମହାନ୍ତି ଏବଂ ନିର୍ବାଚନ ଅଧିକାରୀ ପ୍ରମୁଖ ଯୋଗଦେଇ
ତାଲିମ୍ ପ୍ରଦାନ କାର୍ଯ୍ୟ ନିରୀକ୍ଷଣ କରିଥିଲେ ।
ପୂର୍ବରୁ ରାଜ୍ୟସ୍ତରୀୟ ନିର୍ବାଚନୀ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଥିବା
ମାଷ୍ଟର ଟ୍ରେନରମାନେ ଏହି ପୁଲିଂ କର୍ମଚାରୀଙ୍କୁ ତାଲିମ ପ୍ରଦାନ
କରୁଥିବାବେଳେ ଆସନ୍ତା ୨୮ ତାରିଖରେ ତୃତୀୟ ତଥା ଶେଷପର୍ଯ୍ୟାୟ
ତାଲିମ ଦିଆଯିବ ।
ଅନ୍ୟପକ୍ଷରେ ଏହି ଉପନିର୍ବାଚନ ପାଇଁ ପ୍ରଚାରକାର୍ଯ୍ୟ ଜୋର୍ ଧରିଛି ।
ପ୍ରମୁଖ ରାଜନୈତିକ ଦଳ ତଥା ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷରୁ ଜୋର୍ସୋର୍ରେ
ପ୍ରଚାର ଚାଲିଛି । ଭୋଟରଙ୍କୁ ନିଜପକ୍ଷକୁ ଆକୃଷ୍ଟ କରିବା ଲାଗି ବିଭିନ୍ନ
ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି । ଆସନ୍ତା ୩ ତାରିଖରେ
ଭୋଟ୍ଗ୍ରହଣ ପରେ ୬ ତାରିଖରେ ଭୋଟ୍ଗଣତି କରାଯାଇ ଫଳାଫଳ
ଘୋଷଣା କରାଯିବ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.