ଭଲଖବର- ଔଷଧ, କରୋନାରେ ଜାପାନୀ ଆଣ୍ଟି ଫ୍ଲୁ ଡ୍ରଗ କାମ କରୁଥିବା ଦାବି କଲା ଚୀନ୍‌

0 6,111

ବେଜିଂ – କୋରନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏବେ ଏହାର ସଫଳ ଚିକିତ୍ସା କରାଯାଉଥିବା ଚୀନ୍‌ ଦାବି କରିଛି । ଜାପାନୀ ଫ୍ଲୁ ମେଡିସିନ୍‌ ଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲି ମେଡିସିନ୍‌ ଆଭିଗାନ୍‌କୁ ନେଇ ପରୀକ୍ଷଣ କରାଯାଇଥିଲା । ୮୦ ଜଣ କରୋନା ଆକ୍ରାନ୍ତଙ୍କୁ ଏହା ଦିଆଯାଇଥିଲା। ସେମାନେ ଶୀଘ୍ର ସୁସ୍ଥ ହେବା ସହ ତାଙ୍କର ଫୁସ୍‌ଫୁସ୍ ସଂକ୍ରମଣ ହ୍ରାସ ପାଇଥିଲା । ଏହା ସହ ସେମାନଙ୍କର କରୋନା ନେଗେଟିଭ୍‌ ଆସିଥିଲା ।

ଏହାର ଚୀନ୍‌ରେ କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯାଇଥିଲା । ଅନ୍ୟ ରୋଗୀଙ୍କ ଠାରୁ ଏମାନେ ଶୀଘ୍ର ଠିକ୍‌ ହେଉଛନ୍ତି । ଜାପାନର ଏହି ଔଷଧର ଅନ୍ୟନାମ ଫାଭିପିରାଭିର୍‌ ।

 

କୋଭିଡ୍‌ ୧୯କୁ ଏହି ଔଷଧ ଦ୍ୱାରା ଠିକ୍‌ କରାଯାଇ ପାରୁଛି । ଚୀନ୍‌ର ମନ୍ତ୍ରାଳୟ ଅଧିକାରୀ ଝାଙ୍ଗ ଜିନ୍‌ମିନ୍‌ ଏ ବିଷୟରେ ସୂଚନା ଦେଇଛନ୍ତି । ଏବେ ୧୧ ଦିନରୁ କରୋନା ଆକ୍ରାନ୍ତ ୪ ଦିନରେ ଅବସ୍ଥା ସୁଧୁରିଥିବା କଥା କହିଛନ୍ତି । ଜାପାନୀ ଫ୍ଲୁ ମେଡିସ୍ନ୍ ଫ୍ଲାଭିପିରାଭିର୍‌ ଦିଆଯାଇଥିବା ୯୧ ପ୍ରତିଶତ ଆକ୍ରାନ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ହୋଇଛି । ଅନ୍ୟ ମେଡିସିନ୍‌ ଦ୍ୱାରା ୬୨ ପ୍ରତିଶତ ଠିକ୍ ହେଉଛନ୍ତି ।

Japanese flu drug appears ‘effective’ in coronavirus treatment in Chinese clinical trials


ଏହି ଲିଙ୍କ୍‌ ସହ ବିଭିନ୍ନ ଅନ୍ତର୍ଜାତୀୟ ଓ୍ବେବସାଇଟ୍‌ରେ ଏହି ଖବର ପ୍ରକାଶ ପାଇଛି ।

Leave A Reply