କନେଷ୍ଟବଳ ଶାରିରୀକ ଦକ୍ଷତା  ପରୀକ୍ଷା ବେଳେ ଯୁବକ ମୃତ, ୨ ଗୁରୁତର

କନେଷ୍ଟବଳ ଶାରିରୀକ ଦକ୍ଷତା  ପରୀକ୍ଷା ବେଳେ ଯୁବକ ମୃତ, ୨ ଗୁରୁତର

0 471

ବୌଦ୍ଧ: ବୌଦ୍ଧ ଜିଲାରେ ଥିବା ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ରିଜର୍ଭ ପୁଲିସ ଲାଇନ ପଡିଆରେ ଅନୁଷ୍ଠିତ ହେଉଥିବା କନେଷ୍ଟବଳ ନିଯୁକ୍ତି ପରୀକ୍ଷାର ଶାରୀରିକ ଦକ୍ଷତା ପରୀକ୍ଷା ବେଳେ ଅଘଟଣ । ଏହି ସମୟରେ ୫ କିଲୋମିଟର ଦୌଡ ପ୍ରତିଯୋଗିତା ପରୀକ୍ଷା ସମୟରେ ଅସୁସ୍ଥ ହୋଇ ପଡିଥିବା ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଲେ ୨ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଛନ୍ତି ।

ପ୍ରଭାତ ସାହୁ ନାମକ ପରୀକ୍ଷାର୍ଥୀ ଦୌଡ ପରୀକ୍ଷା ସମଯରେ ଅସୁସ୍ଥ ହୋଇ ତଲେ ପଡିଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply