ଦୀପାବଳି ଅବସରରେ ଗତକାଲି ରାଜ୍ୟର କେତେକ ସ୍ଥାନରେ
ଅଗ୍ନିକାଣ୍ଡ ଘଟିଥିବା ଖବରମାନ ଆମର ହସ୍ତଗତ ହୋଇଛି । ମିଳିଥିବା
ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଉକ୍ରଳମଣି ପଣ୍ଡିତ
ଗୋପବନ୍ଧୁ ଦାସଙ୍କର ଷଠିଘରେ ଅଗ୍ନିକାଣ୍ଡ ଘଟିଛି । ଘରର ଗୋଟିଏ
ବଖରା ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଅନ୍ୟ ବଖରାଗୁଡ଼ିକୁ ମଧ୍ୟ ନିଆଁ
ବ୍ୟାପିଯାଇଥିଲା । ତେବେ ଅଗ୍ନିଶମ ବିଭାଗ ସୁଆଣ୍ଡୋରେ ପହଞ୍ଚି ନିଆଁକୁ
ଆୟତ୍ତ କରିଛନ୍ତି । ନିକଟରେ ଗୋପବନ୍ଧୁ ଦାସଙ୍କ ଏହି ପୁରାତନ ଘରକୁ
ନୂତନ ରୂପରେ ତିଆରି କରାଯାଉଥିଲା ।
ସେହିପରି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବଡ଼ସୁଆଁଳ ଗ୍ରାମରେ
ଗୋଟିଏ ବାଣ ଦୋକାନରେ ବିସ୍ଫୋରଣ ହେବାଯୋଗୁଁ ଜଣକର ମୃତ୍ୟୁ
ହୋଇଛି । ଏହାଛଡା ୩ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା
ସୂଚନା ଅନୁଯାୟୀ ସମ୍ପୃକ୍ତ ଦୋକାନରୁ ସେହି ଗ୍ରାମର ଜନୈକ ବାପପୁଅ
ବାଣ କିଣିବା ସମୟରେ ବିସ୍ଫୋରଣ ଘଟିଥିଲା । ଗୁରୁତର ଆହତ
ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଲାଗି
ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ
ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ
କଟକ ଯିବା ବାଟରେ ବାପାଙ୍କର ମୃତ୍ୟୁ ହୋଇଥିଲା ।
ଅନ୍ୟପକ୍ଷରେ ଗତକାଲି କଟକ ନୟାସଡ଼କସ୍ଥିତ ଏକ ଶାଢ଼ୀ ଦୋକାନରେ
ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଦମକଳବାହିନୀ ସେଠାରେ ପହଞ୍ଚି
ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ କେହି ମୃତାହତ ହୋଇଥିବା
ଖବର ଆମର ହସ୍ତଗତ ହୋଇନାହିଁ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.