ନୂଆଦିଲ୍ଲୀ.- କେରଳରେ ୧୦୦ ବର୍ଷରେ ପରେ ଏପରି ପ୍ରଳୟଙ୍କରୀ ବନ୍ୟା ଆସିଛି । ଏବ ବର୍ଷା କମିଥିବା ବେଳେ ବିଭନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ମାତ୍ର ବନ୍ୟାର ପ୍ରକୋପ ଏପରି ଥିଲା ଯେ କେରଳର ଅଧିକାଂଶ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଅନେକସ୍ଥାନରେ ଏକ ମହଲା ଘର ଛାତ ପର୍ଯ୍ୟନ୍ତ ପାଣି ଆସିଥିଲା । ସାରା କେରଳରେ ବନ୍ୟା ପାଇଁ ରେଡ ଆର୍ଲଟ ଜାରି କରାଯାଇଥିଲା । ମାତ୍ର ସୋମବାରେ ଜଳସ୍ତର କମିବା ଆରମ୍ଭ କରିଛି । କେରଳରେ ସେନା ସହ ନୌସେନା ଓ ବାୟୁସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହାସହ ଏନ୍ଡିଆର୍ଏଫ୍ , ଓଡିଶାର ଓଡ୍ରାଫ ସହ ବିଭନ୍ନ ରାଜ୍ୟର ଉଦ୍ଧାରକାରୀ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଉଦ୍ଧାର କାର୍ଯ୍ୟ ପାଇଁ ଭାରତର ୫ଟି କୃତ୍ରିମ ଉପଗ୍ରହ ବା ସେଟ୍ ଲାଇଟ୍ କାମ କରୁଛନ୍ତି । ମହାକାଶରୁ କେଳର ବିଭିନ୍ନ ସ୍ଥାନରେ ବନ୍ୟାର ସ୍ଥିତ ବିଷୟର ସେଟଲାଇଟର ଫୋଟ ଚିତ୍ରରୁ ସ୍ପଷ୍ଟ ବିବରଣୀ ମିଳି ପାରୁଛି । କେଉଁ ସ୍ଥାନରେ କେତେ ପରିମାଣରେ ପାଣି ଅଛି ସେ ବିଷୟରେ ସେଟ୍ଲାଇଟ୍ର ଫଟୋରୁ ସ୍ପଷ୍ଟ ହେଉଛି । ବାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ବନ୍ୟାର ସ୍ଥିତି ଓ ମାନଚିତ୍ର ବିଭିନ୍ନ ଉଦ୍ଧାରକାରୀ ଦଲକୁ ଯୋଗାଇ ଦେଉଛି ।