ଚଳିତ ବର୍ଷ ପ୍ରତିଷ୍ଠାତାଙ୍କ ଦିବସର ବିଷୟବସ୍ତୁ “ଗ୍ରିନୋଭେସନ-ମେକ୍ ଟୁମରୋ ଗ୍ରିନ୍’
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ତଥା “ଭାରତୀୟ ଶିଳ୍ପର ଜନକ’ ଭାବେ ପରିଚିତ କିମ୍ବଦନ୍ତୀ ଜାମସେତଜୀ ନୁସେରୱାନଜୀ ଟାଟାଙ୍କୁ ତାଙ୍କ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଦିବସକୁ ପ୍ରତିଷ୍ଠାତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ସାମଜ କଳ୍ୟାଣକୁ ମୂଳମନ୍ତ୍ର କରି ଶିଳ୍ପ ଭବିଷ୍ୟତ ଲାଗି ପ୍ରତିଷ୍ଠାତାଙ୍କ ଯେଉଁ ଲକ୍ଷ୍ୟ ରହିଥିଲା ସେଥିପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୩ରେ ଜାମସେଦପୁରରେ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ଚଳିତ ବର୍ଷ ଏହି ଜୟନ୍ତୀ ପାଳନର ବିଷୟବସ୍ତୁ ରହିଛି “ଗ୍ରିନୋଭେସନ-ମେକ୍ ଟୁମରୋ ଗ୍ରିନ୍’
ଜାମସେଦପୁରରେ ଆଜି ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ର ଉପାଧ୍ୟକ୍ଷ ନୋଏଲ୍ ଏନ୍ ଟାଟା ଓ ଟାଟା ଷ୍ଟିଲ୍ର ଏମ୍ଡି ଓ ସିଇଓ ଟି ଭି ନରେନ୍ଦ୍ରନ ଯୋଗ ଦେଇଥିଲେ । ଏହି ଅବସରରେ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଉପାଧ୍ୟକ୍ଷ, ବରିଷ୍ଠ ଅଧିକାରୀ, ଶ୍ରମିକ ସଂଘ ସଦସ୍ୟ, ଗ୍ରୁପ୍ କଂପାନିର ଅଧିକାରୀ ଏବଂ ଜାମସେଦପୁରର ନାଗରିକଙ୍କ ଦ୍ୱାରା ୱାର୍କସ୍ ମେନ୍ ଗେଟ୍ରେ ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।
ବିସ୍ତୁପୁର ପୋଷ୍ଟାଲ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଜାମସେଦପୁରର ନାଗରିକମାନଙ୍କୁ ସମ୍ବୋଧିତ କରି ନୋଏଲ୍ ଏନ୍ ଟାଟା କହିଛନ୍ତି ଯେ, “ଆମେ ଆଜି ଆମ ପ୍ରତିଷ୍ଠାତାଙ୍କ ଅଗ୍ରଦୂତ ଭାବନାକୁ ପାଳନ କରୁଛୁ ଯିଏ ଏହି ପ୍ରେରଣାଦାୟୀ ସହରକୁ ପ୍ରତିଷ୍ଠା କରିଥିବା ସହ ପରବର୍ତୀ ପିଢ଼ିର ନେତୃତ୍ୱଙ୍କ ସହ ଶିଳ୍ପାୟନ ନୁହେଁ ବରଂ ଗୋଷ୍ଠୀ ସହାୟତାରେ ରାଷ୍ଟ୍ର ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।’’
ଷ୍ଟିଲେନିୟମ ହଲ୍ ପଛରେ ଟାଟା ଶ୍ରମିକ ସଂଘର କାର୍ଯ୍ୟାଳୟକୁ ନୋଏଲ୍ ଏନ୍ ଟାଟା ପରିଦର୍ଶନ କରିଥିଲେ ଯେଉଁଠାରେ ଚଳିତ ବର୍ଷ ବିଷୟବସ୍ତୁ “ଗ୍ରିନୋଭେସନ’ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । କଂପାନିର ଉପାଧ୍ୟକ୍ଷ ଆଇଆର୍ଓସି (ଇଂଟିଗ୍ରେଟେଡ୍ ରିମୋଟ୍ ଅପରେସନ୍ସ ସେଂଟର) ଓ ଏସ୍ଏନ୍ଟିଆଇ-ଟେକ୍-ଏକ୍ସ-୨୩ ବୈଷୟିକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଆଜି ସେ ଟାଟା ଶ୍ରମିକ ସଂଘର ବରିଷ୍ଠ କର୍ମକର୍ତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।
୨୦୨୩ ମାର୍ଚ୍ଚ ୨ରେ ଟି ଭି ନରେନ୍ଦ୍ରନଙ୍କ ଉପସ୍ଥିତିରେ ନୋଏଲ୍ ଏନ୍ ଟାଟା ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସାମିଲ ରହିଛି ଜାମସେଦପୁର ନେଚର ଟ୍ରେଲ୍, କୋଭିଡ୍ ୱରିୟର ପାର୍କ, ଅଗ୍ନି ଢାଂଚା ଓ ଆହୁରି ବହୁତ କିଛି । ଜୁବଲି ପାର୍କରେ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତିର ଆଲୋକୀକରଣକୁ ମଧ୍ୟ ସେ ଉଦ୍ଘାଟନ କରିଥିଲେ ।
କଳିଙ୍ଗନଗର, ମେରାମଣ୍ଡଳୀ ଏବଂ ଝାଡ଼ଖଣ୍ଡ ଓ ଓଡ଼ିଶାର କଂଚାମାଲ୍ କ୍ଷେତ୍ରଗୁଡ଼ିକ ସମେତ ସାରା ଦେଶରେ ଥିବା ଟାଟା ଷ୍ଟିଲ୍ର ବିଭିନ୍ନ କାର୍ଯ୍ୟକ୍ଷେତ୍ର ଓ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଷ୍ଠାତାଙ୍କ ଦିବସ ପାଳନ କରାଯାଇଥିଲା ।
ଯୋଡ଼ାରେ ପ୍ରତିଷ୍ଠାତାଙ୍କୁ ପୁଷ୍ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଫଳ ପ୍ୟାକେଟ୍ ବଂଟନ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଟାଟା ଡିଏଭି ପବ୍ଲିକ୍ ସ୍କୁଲ ପକ୍ଷରୁ “ଟାର୍ଗେଟିଂ ଜିରୋ’ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ବିଭିନ୍ନ ପାର୍କର ଆଲୋକୀକରଣ ମଧ୍ୟ କରାଯାଇଥିଲା ।
କଳିଙ୍ଗନଗରରେ, ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ଏହି ଦିବସକୁ ପାଳନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏକ ୫ କିମି ଦୌଡ଼, ଆନ୍ତଃ-କଲୋନି ଫୁଟ୍ବଲ୍ ମ୍ୟାଚ୍, ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଢେଙ୍କାନାଳରେ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍କେ) ପକ୍ଷରୁ କ୍ରୀଡ଼ା କାର୍ଯ୍ୟକ୍ରମ ଓ କୁଇଜ୍ ପ୍ରତିଯୋଗିତା ଜରିଆରେ ଜେଏନ୍ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ଆଲୋକରେ କାରଖାନା ଏବଂ ହାଉସିଂ କଲୋନିର ଆଲୋକୀକରଣ କରାଯାଇଥିଲା । ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଟିଏସ୍ଏମ୍ଏଲ୍ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.