ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ଲୋକପ୍ରିୟ ବ୍ରାଣ୍ଡ୍ ହଗିସ୍ ପକ୍ଷରୁ ଏହାର “ୱି ଗଟ୍ ୟୁ, ବେବି’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଲାଗି ବଲିଉଡ୍ ଅଭିନେତ୍ରୀ ତଥା ନିକଟରେ ମା’ ହୋଇଥିବା ସୋନମ କପୁର ଆହୁଜାଙ୍କ ସହ ସହଯୋଗିତା ସ୍ଥାପନ କରାଯିବା ସହ ହଗିସ୍ କମ୍ପ୍ଲିଟ୍ କମ୍ଫର୍ଟ ବର୍ଗମାଳାର ଶୁଭାରମ୍ଭ ହୋଇଛି । ଯୁବତୀ ଏବଂ ମା’ମାନଙ୍କ ମଧ୍ୟରେ ସୋନମ ଜଣେ ଅଗ୍ରଣୀ ସେଲିବ୍ରିଟି ଇନ୍ଫ୍ଲୁଏନ୍ସର ହୋଇଥିବାରୁ ଏହି ସହଯୋଗିତାର ବେଶ ସୁଦୃଢ଼ ହେବ ବୋଲି କଂପାନି ଆଶା କରୁଛି । ସୋନମକୁ ନେଇ କଂପାନି ପକ୍ଷରୁ “ହଗିସ୍ ଫ୍ଲିପ୍ ଆଣ୍ଡ୍ ଡିପ୍’ ଚ୍ୟାଲେଞ୍ଜ୍ ଅଭିଯାନର ସିନେମା ପ୍ରସ୍ତୁତ କରାଯାଇଛି ଯାହା ଡିଜିଟାଲ୍ ପ୍ଲାଟ୍ଫର୍ମ ଓ ଟିଭିରେ ପାଂଚଟି ଭାଷାରେ ଉପଲବ୍ଧ ହେବ ।
ଓଗିଲ୍ଭି ଇଣ୍ଡିଆ ପକ୍ଷରୁ ପରିକଳ୍ପନା ଓ ପ୍ରସ୍ତୁତ କରାଯାଇଥିବା ଏହି ସିନେମାରେ ସୋନମଙ୍କୁ ହଗିସ୍ ଚ୍ୟାଲେଞ୍ଜ ଗ୍ରହଣ କରିବା ଦେଖିବାକୁ ମିଳିବ ଯେଉଁଥିରେ ଦୁଇଟି ସୋପାନ ରହିଛି ଯାହା ହେଉଛି କୋମଳତା ଏବଂ ଶୋଷିବା ଶକ୍ତିକୁ ପରୀକ୍ଷା କରିବା ଯାହା ଡାଇପର୍ରେ ମା’ମାନେ ସବୁବେଳେ ଦେଖିଥାନ୍ତି । ହଗିସ୍ କିଭଳି ଅନ୍ୟ ଡାଏପରଗୁଡ଼ିକଠାରୁ ଆଗରେ ରହୁଛି ତାହା ଜଣାପଡ଼ିବା ପରେ ସୋନମ ନିଜେ ହଗିସ୍ ମମ୍ କ୍ଲବ୍ରେ ଯୋଗ ଦେଇ ହଗିସ୍ କମ୍ପ୍ଲିଟ୍ କମ୍ଫର୍ଟ ବର୍ଗମାଳାକୁ ନିଜ ସନ୍ତାନ ପାଇଁ ଚୟନ କରୁଛନ୍ତି ।
ଟିଭିସି ସମ୍ପର୍କରେ କିମ୍ବର୍ଲି-କ୍ଲାର୍କ ଇଣ୍ଡିଆର ମାର୍କେଟିଂ ନିର୍ଦେଶକ ସାକ୍ଷୀ ବର୍ମା ମେନନ କହିଛନ୍ତି ଯେ, “ସୋନମଙ୍କୁ ହଗିସ୍ ପରିବାରକୁ ସ୍ୱାଗତ କରି ଆମେ ଉଲ୍ଲସିତ । ଆମେ ଜାଣିଛୁ ଯେ ନିଜ ଶିଶୁ ପାଇଁ କ’ଣ ଶ୍ରେଷ୍ଠ ତାହାକୁ ନେଇ ସୋନମ ବେଶ ସଚେତନ ଏବଂ ତାଙ୍କର ଏହି ସୁନ୍ଦର ମାତୃତ୍ୱ ଯାତ୍ରାର ଅଂଶ ହୋଇଥିବାରୁ ଆମେ ଉଲ୍ଲସିତ ମନେ କରୁଛୁ । ସୋନମ ହଗିସ୍ ଫ୍ଲିପ୍ ଆଣ୍ଡ୍ ଡିପ୍ ଚ୍ୟାଲେଞ୍ଜ୍କୁ ଗ୍ରହଣ କରିଥିଲେ ଏବଂ କାହିଁକି ନିୟମିତ ଡାଏପର ତୁଳନାରେ ହଗିସ୍ ଆରାମଦାୟକ ତାହା ଦେଖିଥିଲେ । ଆମର ବାର୍ତାର ପ୍ରସାର କରିବା ଏବଂ ସାରା ଦେଶରେ ମା’ମାନଙ୍କ ମାତୃତ୍ୱ ଯାତ୍ରାର ଅଂଶ ହେବା ଲାଗି ତାଙ୍କ ସହ କାର୍ଯ୍ୟ କରିବାକୁ ଆମେ ଚାହିରହିଛୁ ।’’
ହଗିସ୍ ସହିତ ସହଯୋଗିତା ସମ୍ପର୍କରେ ସୋନମ କପୁର ଆହୁଜା କହିଛନ୍ତି ଯେ, “ଏହି ଚମତ୍କାର ବ୍ରାଣ୍ଡ୍ ସହିତ ଯୋଡ଼ି ହେବା ଓ ନୂଆ ବର୍ଗମାଳାକୁ ବ୍ୟବହାର କରିଥିବାରୁ ମୁଁ ବେଶ ଉତ୍ସାହିତ । ଯେତେବେଳେ ମୁଁ ହଗିସ୍ ଫ୍ଲିପ୍ ଆଣ୍ଡ୍ ଡିପ୍ ଚ୍ୟାଲେଞ୍ଜ୍କୁ ଗ୍ରହଣ କଲି କ’ଣ ହେବ ମୁଁ ଜାଣିନଥିଲି । ହଗିସ୍ କେତେ କୋମଳ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଜଣେ ମା’ ଭାବେ ମୁଁ ମୋ ସନ୍ତାନ ପାଇଁ ସବୁଠୁ ଶ୍ରେଷ୍ଠ ଚାହେଁ । ବେବି ଡାଏପର ସମୟରେ ମୁଁ ଆରାମ ସହିତ ସାଲିସ କରେନାହିଁ । ଏହି ଚ୍ୟାଲେଞ୍ଜ ମୋତେ ଜଣାଇଥିଲା ଯେ କାହିଁକି ଲକ୍ଷ ଲକ୍ଷ ମା’ ସେମାନଙ୍କ ଶିଶୁ ପାଇଁ ହଗିସ୍କୁ ଚୟନ କରୁଛନ୍ତି । ତାହା ହେଉଛି ଆରାମ ଓ ସବୁ ପ୍ରକାର ସୁବିଧା ପାଇଁ ବୋଲି ସେ କହିଛନ୍ତି ।
ଓଗିଲ୍ଭି ଇଣ୍ଡିଆର ଚିଫ୍ କ୍ରିଏଟିଭ୍ ଅଫିସର ସୁକେଶ କୁମାର ନାୟକ କହିଛନ୍ତି ଯେ, “ହଗିସ୍ ଫ୍ଲିପ୍ ଆଣ୍ଡ୍ ଡିପ୍ ଚ୍ୟାଲେଞ୍ଜ୍ ସବୁ ଅଭିଭାବକଙ୍କୁ ହଗିସ୍ କମ୍ପ୍ଲିଟ୍ କମ୍ଫର୍ଟର ଶକ୍ତିକୁ ପ୍ରଦର୍ଶିତ କରିଛି । ଏଭଳି ଅଭିନବ ଉତ୍ପାଦ ପାଇଁ ଜଣେ ଚମତ୍କାର ପ୍ରଚାରକ ଦରକାର । ନୂତନ ଭାବେ ମା’ ହୋଇଥିବା ସୋନମ କପୁର ଆହୁଜା ଏହି ଆହ୍ୱାନ ଗ୍ରହଣ କରିବାକୁ ଉପଯୁକ୍ତ ଥିଲେ । ତାହାର ଫଳାଫଳ ତାଙ୍କୁ ଚକିତ କରିଥିଲା ଏବଂ ଆମର ବିଶ୍ୱାସ ରହିଛି ଯେ ସୋନମଙ୍କ ଭଳି ଅଭିଭାବକମାନେ ମଧ୍ୟ ହଗିସ୍ର ନୂଆ ବର୍ଗମାଳାର ଲାଭକୁ ଦେଖିବେ ଏବଂ ତାହାକୁ ଗ୍ରହଣ କରିବେ ।’’
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.