ରାଜ୍ୟରେ ଏକ ନୂତନ ଅକ୍ଷୟ ଶକ୍ତି ନୀତି କାର୍ଯ୍ୟକାରୀ କରାଯିବ ।
ଏଥିରେ ସବୁଜ ଶକ୍ତି ପରିବହନ କରିବା ପାଇଁ ୫୦ କୋଟି ଟଙ୍କା
ବ୍ୟୟବରାଦ କରାଯାଇଛି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ
କହିଛନ୍ତି । ସେ କହିଛନ୍ତି, ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ପାଇଁ
ମଧ୍ୟ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୩୦ ମସିହା ସୁଦ୍ଧା
୧୦ ହଜାରରୁ ଊଦ୍ଧ୍ୱର୍ ଅକ୍ଷୟ ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ
ରଖାଯାଇଛି ବୋଲି ଶ୍ରୀ ଦେବ କହିଛନ୍ତି ।
ଶକ୍ତିମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଇ-ଭୋଲଟେଜ୍ ଅଞ୍ଚଳମାନଙ୍କରେ
ଭୋଲଟେଜ୍ରେ ଉନ୍ନତି ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶହେରୁ
ଅଧିକ ୩୩/୧୧ କେଭି ସବଷ୍ଟେସନ କାର୍ଯ୍ୟକ୍ଷମ ହେବ । ବିପର୍ଯ୍ୟୟ
ନିରୋଧୀ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ ରେଡିଆଲ ଟୁ ରିଙ୍ଗ୍ କନଭର୍ସନ
ପ୍ରୋଜେକ୍ଟ ରାଜ୍ୟ ରାଜଧାନୀ ଅଞ୍ଚଳରେ ଶକ୍ତି ଭିତ୍ତିଭୂମିର ଉନ୍ନତିକରଣ
ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି । ଏଥିପାଇଁ
୪୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ଦେବ
କହିଛନ୍ତି ।
ଭୁବନେଶ୍ୱରର ଗୀତଗୋବିନ୍ଦ ସଦନରେ ୨୦୨୩-୨୪ ଆର୍ଥିକ ବର୍ଷ
ପାଇଁ ବଜେଟ୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବ କହିଛନ୍ତି,
ମୁଖ୍ୟମନ୍ତ୍ରୀଙ୍କ ଶକ୍ତିବିକାଶ କାର୍ଯ୍ୟକ୍ରମ ଅଧୀନରେ ଘରୋଇ ଶକ୍ତି ଦକ୍ଷତା
କାର୍ଯ୍ୟକ୍ରମ ପାଇଁ ୨୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ।
ଏହା ଘରମାନଙ୍କରେ ଏନର୍ଜି ଏଫିସିଏଣ୍ଟ ଉପକରଣ ବ୍ୟବହାରକୁ
ପ୍ରୋତ୍ସାହିତ କରିବ । ବର୍ତ୍ତମାନ ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା,
ସଚେତନତା କାର୍ଯ୍ୟକ୍ରମର ଅଂଶଭାବରେ ପ୍ରାୟ ୧ ହଜାର ବିଦ୍ୟାଳୟରେ
ଗଠିତ ଶକ୍ତି କ୍ଲବ ଗୁଡ଼ିକ ସମ୍ପ୍ରତି ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ସମସ୍ତ
ହାଇସ୍କୁଲ ଗୁଡ଼ିକରେ ଏହିଭଳି କ୍ଳବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି ।
ହାତୀମାନଙ୍କୁ ବୈଦ୍ୟୁତିକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏଲିଫେଣ୍ଟ
କରିଡର ଯୋଜନାରେ ବଜେଟ୍ରେ ୫୦ କୋଟି ଟଙ୍କାର ବ୍ୟୟବରାଦ
କରାଯାଇଛି । ଏଥିରେ ବିଦ୍ୟୁତ ଭିତ୍ତିଭୂମିର ସଶକ୍ତିକରଣ ପାଇଁ ଏ ଯାବତ୍
୬୯୦ କୋଟି ୨ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ
କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.