ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମୋବାଇଲ୍ ଗେମିଂ ଆପ୍ଲିକେସନ୍ ସମ୍ବନ୍ଧୀୟ ଏକ ତଦନ୍ତରେ ଆଜି କୋଲକାତାର ୬ଟି ସ୍ଥାନରେ ଖାନ୍ତଲାସି କରିଛି । ଖାନ୍ତଲାସି ସମୟରେ ୭ କୋଟିରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି । ଅମିର ଖାଁ ନାମକ ଜଣେ ବ୍ୟକ୍ତି ସେହି ମୋବାଇଲ୍ ଗେମିଂ ଆପ୍ଲିକେସନ୍ ଆରମ୍ଭ କରିଥିଲା, ତାର ନାମ ଇ- ନଗେଟ୍ସ ରଖାଯାଇଥିଲା । ଏହା ଜରିଆରେ ସର୍ବସାଧାରଣଙ୍କ ଠାରୁ ଠକେଇ ଉପୟରେ ଅର୍ଥ ନିଆଯାଉଥିଲା ।
ପ୍ରାଥମିକ ସ୍ତରରେ ୟୁଜର୍ମାନଙ୍କୁ କମିଶନ୍ ଅର୍ଥ ଦିଆଯାଉଥିଲା ଓ ୱାଲେଟ୍ରେ ଥିବା ବଳକା ଅର୍ଥକୁ ସହଜରେ ଉଠାଯାଇ ପାରୁଥିଲା । ଏହା ୟୁଜର୍ମାନଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲା ଓ ସେମାନେ ଏଥିରେ ଅଧିକ ପରିମାଣର ଅର୍ଥ ନିବେଶ କରୁଥିଲେ । ସର୍ବସାଧାରଣଙ୍କଠାରୁ ବହୁ ପରିମାଣର ଅର୍ଥ ଆଦାୟ କରିବା ପରେ ଆପ୍ରୁ ଟଙ୍କା ଉଠାଣ ବ୍ୟବସ୍ଥା ଉଭାନ ହୋଇଯାଉଥିଲା ।
ଏହାପରେ ପ୍ରୋଫାଇଲ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଲୋପ କରିଦିଆଯାଉଥିଲା । ଏହି ଠକେଇ ଉପରେ ଏଫ୍.ଆଇ.ଆର୍. ରୁଜୁ ହେବା ପରେ ଇ.ଡି. କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଫେଡେରାଲ୍ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏହି ଠକେଇ ଉପରେ ଅଭିଯୋଗ କରିଥିଲେ ।
Comments are closed, but trackbacks and pingbacks are open.