କୋଣାର୍କରେ ଦେଶର ଦ୍ୱିତୀୟ ସହର
ଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ

32

ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଶର ଦ୍ୱିତୀୟ ସହର
ଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ
କାର୍ଯ୍ୟକାରୀ ହେବା ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାଖ ଅଞ୍ଚଳ
ସୌରଶକ୍ତି ଆଲୋକ ଦ୍ୱାରା ଆଲୋକିତ ହେବ । ଓପିଟିସିଏଲ୍‍ ୧୦
ମେଗାୱାଟ୍‍ ଶକ୍ତି ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାକ ଅଞ୍ଚଳକୁ
ଆଲୋକୀକରଣ କରିବ । ଏଠାରେ ସ୍ମରଣ କରାଇଦିଆଯାଇ ପାରେ କେନ୍ଦ୍ର
ସରକାରଙ୍କ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ସୌରଶକ୍ତି
ପ୍ରକଳ୍ପ ସହରଭାବେ ଗୁଜୁରାଟର ମୋଢେରାରେ ପ୍ରସ୍ତାବିତ ପ୍ରକଳ୍ପ ଲାଗି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ
କୋଣାର୍କରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

Comments are closed, but trackbacks and pingbacks are open.