ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲରେ ସେନାବାହିନୀର
ସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ପୃଥିବୀରେ ଅନେକ ଗୁଡ଼ିଏ
ସଭ୍ୟତା ସୃଷ୍ଟି ହୋଇଛି ଏବଂ ସମୟକ୍ରମେ ଲୋପ ପାଇଯାଇଛିଟ୍ଟ କିନ୍ତୁ
ଭାରତର ସଭ୍ୟତା ସବୁ ସମୟରେ ସମ୍ଭାବିତ ଆହ୍ୱାନ ଗୁଡ଼ିକର ସାମ୍ନା
କରିବା ସହ ନିଜର ପରାକାଷ୍ଠା ଦେଖାଇବାରେ ସକ୍ଷମ ହୋଇଛି । ସେ
କହିଛନ୍ତି ସେହି ଦେଶ ଅମର ଯେତେବେଳେ ତା’ର ଯୋଦ୍ଧା
ସୈନିକମାନେ ବହୁତ ବିଶ୍ୱାସୀ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶଭକ୍ତି ହେଉଛି
ଦେବଭକ୍ତି । ସେ କହିଛନ୍ତି ପାକିସ୍ତାନ ସହ ପ୍ରତ୍ୟେକଟି ଯୁଦ୍ଧରେ ଜିତାପଟ
ହାସଲ କରିବା ପରେ ଭାରତ କାର୍ଗିଲରେ ବିଜୟ ପତାକା ଉଡାଇଛି ।
ଶ୍ରୀ ମୋଦି କହିଛନ୍ତି ଦେଶର ବୀର ସୈନିକ କାରଗିଲରେ ଦୀପାବଳିରେ
ସେହି ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ବୀର
ସୈନିକମାନଙ୍କୁ ପ୍ରଶଂସା କରିବା ସହ ସାରା ବିଶ୍ୱରେ ଭାରତୀୟ ସେନା
ଅତୁଳନୀୟ ବୋଲି କହିଛନ୍ତି । ଭାରତୀୟମାନେ ଦେଶର ସେନାପାଇଁ
ଗର୍ବ କରନ୍ତି କାରଣ ହିମାଳୟ ପରି ଆମ ଦେଶର ସେନା ସବୁବେଳେ
ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥାଏ । ପ୍ରଧାନମନ୍ତ୍ରୀ ବୀର
ଯବାନମାନଙ୍କୁ କହିଛନ୍ତି, ଯେଉଁଭଳି ସେମାନେ ଦେଶର ସୁରକ୍ଷା କରନ୍ତି
ସେହିଭଳି ଦେଶର ପ୍ରତ୍ୟେକ ନାଗରିକ ଦେଶର ବିକାଶ ଦିଗରେ କାର୍ଯ୍ୟ
କରନ୍ତି ଏବଂ ଆମେ ଦେଶ ଭିତରେ ଘଟୁଥିବା ଆତଙ୍କବାଦ, ନକ୍ସଲବାଦୀ
ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ କରୁ ।
ଏବେ ସାରା ବିଶ୍ୱ ଭାରତର ବୃଦ୍ଧିପାଉଥିବା ଶକ୍ତି ଏବଂ ସାହସକୁ
ଅନୁସରଣ କରୁଛି । ନୌସେନାରେ ହେଉଥିବା ପରିବର୍ତ୍ତନଗୁଡ଼ିକ
ବିଷୟରେ ଶ୍ରୀ ମୋଦି ଉପସ୍ଥାପନ କରି କହିଛନ୍ତି ନୌସେନାରେ
ସାମ୍ରାଜ୍ୟବାଦ ବଦଳରେ ଏବେ ଛତ୍ରପତି ଶିବାଜୀଙ୍କ ବୀରତ୍ୱକୁ ସ୍ଥାନ
ଦିଆଯାଇଛି । ସେହିପରି ରାଜପଥକୁ କର୍ତ୍ତବ୍ୟପଥ ଭାବେ ନାମିତ କରିବା
ପଛରେ ଦେଶରେ କର୍ତ୍ତବ୍ୟକୁ କିଭଳି ଉଚ୍ଚସ୍ଥାନ ଦିଆଯାଇଛି ତାହା ପ୍ରମାଣ
କରାଯାଇପାରିଛି । ଏହି ଅବସରରେ ଶ୍ରୀ ମୋଦି ବିଶ୍ୱଶାନ୍ତି ବିଷୟରେ
କହିଛନ୍ତି । ସେ କହିଛନ୍ତି ଯଦି କେହି ଭାରତକୁ ଖରାପ ଦୃଷ୍ଟିରେ
ଦେଖିବାକୁ ଚେଷ୍ଟାକରେ ତେବେ ଦେଶର ତିନି ସେନା ତାହାର ଉଚିତ୍
ଜବାବ ଦେବେ । ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ବ୍ରହ୍ମୋସ୍
ସୁପରସୋନିକ୍ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ତେଜସ୍ୱ ଯୁଦ୍ଧବିମାନ
ସମ୍ପର୍କରେ କହିଛନ୍ତି
Comments are closed, but trackbacks and pingbacks are open.