ଭୁବନେଶ୍ୱର: ସବୁ ସମାଜ ଓ ସାମାଜିକ-ଅର୍ଥନୈତିକ ବିକାଶରେ ମହିଳାମାନେ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ସତ ଯେ ଆମ ସମାଜର ମହିଳାମାନେ ସେମାନଙ୍କ ଜୀବନ ସାରା ପରିବାର, ସହଯୋଗୀ କିମ୍ବା ସୋସିଆଲ ମିଡିଆରେ ବହୁ ପ୍ରକାର ନକାରାତ୍ମକ ଓ ବିଚାର ସମ୍ପର୍କିତ ମତାମତ ଶୁଣି ବଢ଼ିଥାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ପିଲାଟି ଦିନରୁ ମହିଳାମାନଙ୍କୁ ଅନ୍ୟମାନଙ୍କ କଥା ଶୁଣିିବାକୁ ଶିକ୍ଷା ଦିଆଯାଏ ।
ଏହି ଆନ୍ତର୍ଜାତିକ ମହିଳା ଦିବସରେ ସର୍ବଭାରତୀୟ ଗହଣା ରିଟେଲ୍ ସଂସ୍ଥା ଓ ପୂର୍ବ ଭାରତରର ସର୍ବବୃହତ ସଂଗଠିତ ରିଟେଲ୍ ସଂସ୍ଥା ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ସାହସୀ ତଥା ସହନଶୀଳ ଭାରତୀୟ ମହିଳା ଯେଉଁମାନେ ବିଭିନ୍ନ ଆହ୍ୱାନକୁ ସାମ୍ନା କରିବା ସତ୍ୱେ ଏକ ଉତମ ସମାଜ ଗଠନ କରିବାରେ ସହାୟକ ହୋଇଛନ୍ତି ସେମାନଙ୍କ ଉପରେ ଗୁରୁତ୍ୱାରୋପ କରାଯାଇଛି ।
ମହିଳାମାନେ କିଭଳି ନିଜ ପାଇଁ ଥିବା ସବୁ ପ୍ରତିବନ୍ଧକକୁ ଦୂର କରି ଏବଂ ନିଜ ପାଖରେ ଥିବା ନାକରାତ୍ମକ ଭାବନା ଯୋଗୁଁ ପଛକୁ ଫେରିନଯାଇ ଆହ୍ୱାନକୁ ଅତିକ୍ରମ କରୁଛନ୍ତି ତାହାକୁ ଏହି ଅଭିଯାନରେ ପ୍ରଦର୍ଶିତ କରାଯାଇଛି । ପୁରୁଣାକଳିଆ ମତାମତ ଓ କଟାକ୍ଷକୁ ଗୁରୁତ୍ୱ ନଦେଇ ଜଣେ ଆତ୍ମବିଶ୍ୱାସୀ, ଦୃଢ଼ ହୋଇ ସେ ସବୁ ପ୍ରତିବନ୍ଧକକୁ ଏଡ଼ାଇ ସଫଳତା ପର୍ଯ୍ୟନ୍ତ ପହଂଚୁଛି ଏବଂ ସବୁ ସମାଲୋଚକମାନଙ୍କ ମୁହଁ ବନ୍ଦ କରିଦେଉଛି ।
ଏହି ନୂଆ ଅଭିଯାନ ସମ୍ପର୍କରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ନିର୍ଦେଶିକା ମିସ୍ ଜୋଇତା ସେନ୍ କହିଛନ୍ତି ଯେ, “ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସରେ ଆମେ ବିଗତ ବର୍ଷଗୁଡ଼ିକରେ ମହିଳା କ୍ରୈନ୍ଦ୍ରୀକ ପ୍ରସଙ୍ଗକୁ ଉତ୍ସାହିତ କରୁଛୁ ଏବଂ ମହିଳା ଦିବସ ୨୦୨୩ରେ ଆମ ଅଭିଯାନ ହେଉଛି ଆଜିର ସଶକ୍ତ ସ୍ୱାଧୀନ ମହିଳାଙ୍କ ଭାବର ପାଳନ । କେବଳ ନିଜର ଅନ୍ତରର ସ୍ୱରକୁ ଶୁଣୁଥିବା ଓ ଅନୁସରଣ କରୁଥିବା ଶକ୍ତିଶାଳୀ ଓ ବିଶ୍ୱାସୀ ମହିଳାମାନଙ୍କ ଉପରେ ଏହି ସିନେମାରେ ଗୁରୁତ୍ୱାରୋପ କରାଯାଇଛି ଏବଂ ଆମ ଇୟରରିଙ୍ଗ୍ର ବ୍ୟାପକ ବର୍ଗମାଳାର କାରିଗରୀକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି ।’’
ଆନ୍ତର୍ଜାତିକ ମହିଳା ଦିବସରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି ଯାହା ଏହାର ସାରା ଦେଶରେ ଥିବା ୧୩୫ରୁ ଅଧିକ ଷ୍ଟୋର୍ରେ ୨୦୨୩ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ଅଧୀନରେ ଗ୍ରାହକମାନେ ହୀରା ଗହଣା ମୂଲ୍ୟ ଉପରେ ୧୨% ପର୍ଯ୍ୟନ୍ତ, ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ଏବଂ ପ୍ଲାଟିନମ୍ ଗହଣା ଗଢ଼ା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇବେ ।
Sign in
Sign in
Recover your password.
A password will be e-mailed to you.
Next Post
Comments are closed, but trackbacks and pingbacks are open.