ପ୍ରକୃତିର ଏକ ଅନନ୍ୟ ଅବଦାନ ମାଟି। ସୃଷ୍ଟି ସଂରଚନା ପାଇଁ ଏହା ଅପରିହାର୍ୟ୍ୟ ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ମଧ୍ୟ
ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଚର୍ମରୋଗ ଏବଂ ସୌନ୍ଦର୍ୟ୍ୟ ସଂକ୍ରାନ୍ତ ସମସ୍ୟାରେ ଏହା ଉପକାରୀ ହୋଇଥାଏ। ମାଟି ପ୍ରୟୋଗ ଦ୍ବାରା
ବିଭିନ୍ନ ଶାରୀରିକ ସମସ୍ୟା ଦୂର କରାଯାଇପାରେ।
ପ୍ରାଚୀନ କାଳରୁ ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ମାଟିର ପ୍ରୟୋଗ ଦ୍ବାରା ବିଭିନ୍ନ ରୋଗର ନିରାକରଣ କରାଯାଉଛି। ଆଧୁନିକ ଯୁଗରେ
ବୈଜ୍ଞାନିକ ଗବେଷଣା ମଧ୍ୟ ପ୍ରମାଣିତ କରିଛି ଯେ ମାଟି ଚିକିତ୍ସା (ମଡ୍ ଥେରାପି) ଶରୀରକୁ ସତେଜ ଏବଂ ସଶକ୍ତ କରିବାରେ ବିଶେଷ ଭାବେ
ଉପଯୋଗୀ। ଏହା ଏକ ଗୁରୁତ୍ବପୂର୍ଣ୍ଣ ନ୍ୟାଚୁରୋପାଥି ଭାବେ ଗ୍ରହଣ କରାଯାଇଛି। ମାଟି ଦ୍ବାରା ଆରୋଗ୍ୟ ହୋଇପାରୁଥିବା କେତେକ
ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜାଣନ୍ତୁ-
ତ୍ବଚାକୁ ଭଲଭାବେ ସଫା କରିପାରୁଥିବା କୋମଳ ମାଟି, ଯଥା- ମୁଲତାନି ମାଟିର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ଏହା ବ୍ରଣରୁ ସୁରକ୍ଷା
ଦେବା ସହ ତ୍ବଚାର ପ୍ରାକୃତିକ ଉଜ୍ବଳତା ବଢାଏ।
ତଳିପେଟରେ ମାଟି ପ୍ରଲେପ (ମଡ୍ପ୍ୟାକ୍) ଲଗାଇବା ଦ୍ବାରା ହଜମ କ୍ରିୟା ସୁସ୍ଥ ରହେ। ଏହି ଅଭ୍ୟାସ ଅନ୍ତନଳୀ ଗରମ ରହିବାକୁ କମାଇ
ଏହାର କାର୍ୟ୍ୟଦକ୍ଷତା ବଢାଏ। ପେଟରେ ଗ୍ୟାସ୍ ତଥା ଯନ୍ତ୍ରଣା ହେଲେ ଆରାମ ପାଇବା ପାଇଁ ପେଟରେ ମାଟି ପ୍ରଲେପ ଲଗାଇବାକୁ
ପରାମର୍ଶ ଦିଆଯାଏ।
ପେଟରେ ମାଟି ପ୍ରଲେପ ଲଗାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ବି ମୁକ୍ତି ମିଳିପାରେ।
ଝାଡାବାନ୍ତି ସମସ୍ୟାରେ ବି ମାଟି ପ୍ରଲେପ ଉପକାର ଦିଏ। ଡାଇରିଆ ହୋଇଥିଲେ ପେଟରେ ଏବଂ ବାନ୍ତି ହେଉଥିଲେ ଛାତିରେ ମାଟି ପ୍ରଲେପ
ଲଗାଇବା ଖୁବ୍ ଆରାମ ଦେଇପାରେ।
ଶୁଷ୍କତ୍ବଚା ଏବଂ ମାଂସପେଶୀରେ ଯନ୍ତ୍ରଣା ହେଉଥିଲେ ମଡ୍ ଥେରାପି ବା ମାଟି ଚିକିତ୍ସା କରାଇବା ଭଲ। ଏହା ତୁରନ୍ତ ଆରାମ ଦେବା ସହିତ
ଆପଣଙ୍କୁ ସତେଜ ଅନୁଭବ କରାଇବ। ଏହି ଥେରାପି ଦ୍ବାରା ସୌନ୍ଦର୍ୟ୍ୟ ବୃଦ୍ଧି େହାଇଥାଏ ଏବଂ ଏହା ଆଣ୍ଟି ଏଜିଂ ଭାବେ କାମ କରିବାରୁ
ତ୍ବଚା ଉପରେ ବୟସର ପ୍ରଭାବ ପଡେନାହିଁ।
ଆଖିପତାରେ ମଡ୍ପ୍ୟାକ୍ ଲଗାଇବା ଦ୍ବାରା ଆଖିର ମାଂସପେଶୀକୁ ଆରାମ ମିଳେ ଏବଂ ଦୃଷ୍ଟିଶକ୍ତି ବୃଦ୍ଧି ପାଏ। ଏହା ସହିତ
ନେତ୍ରଶ୍ଳେଷ୍ମଲାଶୋଥ ପରି ବିଭିନ୍ନ ପ୍ରକାର ଆଖି ସମସ୍ୟାରୁ ମୁକ୍ତି ମିଳେ।
ଏକ୍ଜିମା ପରି ଚର୍ମରୋଗ କ୍ଷେତ୍ରରେ ମଧ୍ୟ ମାଟି ପ୍ରଲେପ ଲଗାଇ ଚିକିତ୍ସା କରାଯାଏ। ମାଟିର ଆଣ୍ଟି -ଟକ୍ସିକ୍ ଏବଂ ଶୀତଳତା ପରି
ସ୍ବାଭାବିକ ଗୁଣ ଯୋଗୁ ଏହା ଉପକାର ଦିଏ। ଏପରି ସ୍ଥିତିରେ ସାବୁନ୍ ବଦଳରେ ମାଟି ଲଗାଇ ଗାଧୋଇବାକୁ ପରାମର୍ଶ ଦିଆଯାଏ।
ମୁଣ୍ଡବ୍ୟଥାରୁ ଆରାମ ପାଇବା ଲାଗି ମାଟି ଚିକିତ୍ସା ଉପକାରୀ। ଗରମ ଏବଂ ଆର୍ଦ୍ରତା ବୃଦ୍ଧି ଯୋଗୁ ହେଉଥିବା ମୁଣ୍ଡବ୍ୟଥାରେ ମଥାରେ ଏବଂ
ଆବଶ୍ୟକ ସ୍ଥଳେ ସମ୍ପୂର୍ଣ୍ଣ ମୁଣ୍ଡରେ ମାଟି ପ୍ରଲେପ ଲଗାଯାଏ। ଏହାଦ୍ବାରା ମୁଣ୍ଡ ଥଣ୍ଡା ହେବା ସହିତ ଟେନ୍ସନ ଏବଂ ମୁଣ୍ଡବ୍ୟଥା ଦୂର
ହୋଇପାରେ।
Comments are closed, but trackbacks and pingbacks are open.