୫ ସ୍ୱାସ୍ଥ୍ୟ ଶିବିରରେ ୪୦୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା
ବାଲିଆପାଳ: ପ୍ରକଳ୍ପ ପାରିପାଶ୍ୱିର୍କ ଅଂଚଳର ଲୋକମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବାର ନିରନ୍ତର ଉଦ୍ୟମକୁ ଆଗକୁ ବଢ଼ାଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ (ଏସ୍ପିପିଏଲ୍) ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ନିକଟରେ ବାଲିଆପାଳ ବ୍ଲକ୍ର ମଧୁପୁରା ଗ୍ରାମ ପଂଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।
ମଧୁପୁରାର ରାସୋ ପଡ଼ିଆରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରକୁ ଆସିଥିବା ରୋଗୀମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମେଡିକାଲ୍ ସହାୟତା ଏବଂ ଔଷଧ ଆଦି ପ୍ରଦାନ କରାଯାଇଥିଲା । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ସହଯୋଗରେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଶିବିରରେ ସ୍ଥାନୀୟ ଅଂଚଳର ୧୦୦୦ରୁ ଅଧିକ ଲୋକ ଡାକ୍ତରଙ୍କ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।
ବସ୍ତା ଏସ୍ଡିପିଓ ଶ୍ରୀ ଜଳନ୍ଧର ଜାଲି, ବାଲିଆପାଳ ତହସିଲଦାର ଶ୍ରୀ ଦୀପକ କୁମାର ଦାସଙ୍କ ଭଳି ସରକାରୀ ଅଧିକାରୀ, ମଧୁପୁରାର ସରପଂଚ ଶ୍ର୍ରୀମତୀ ଗୀତାରାଣୀ ମହନ୍ତ, ମଧୁପୁରାର ପଂଚାୟତ ସମିତି ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ସେଟ୍ଟି, ମଧୁପୁରା ଗ୍ରାମ ଉନ୍ନୟନ କମିଟିର ସଦସ୍ୟ ଶ୍ରୀ ଗୋବିନ୍ଦ ପ୍ରସାଦ ଦାସ ଓ ଅନ୍ୟାନ୍ୟ ପିଆର୍ଆଇ ସଦସ୍ୟ ଏଥିରେ ସାମିଲ ହୋଇଥିଲେ ଏବଂ ସ୍ଥାନୀୟ ସମାଜର କଲ୍ୟାଣ ପାଇଁ ଏସ୍ପିପିଏଲ୍ର ଉଦ୍ୟମକୁ ପ୍ରଶଂସା କରିଥିଲେ । ସୁବର୍ଣ୍ଣରେଖା ବନ୍ଦରର ବହୁ ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ରହି ମେଗା ସ୍ୱାସ୍ଥ୍ୟ ଶିବିରର ସୁଚାରୁ ରୂପେ ଆୟୋଜନ ପାଇଁ ସହାୟତା କରିଥିଲେ ।
ଏହି ଅଂଚଳର ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏବଂ ସ୍ଥାନୀୟ ସମାଜର ବିକାଶ ଲାଗି ସହାୟତା ପ୍ରଦାନ କରିବାର ନିରନ୍ତର ଉଦ୍ୟମକୁ ଜାରି ରଖିବାକୁ ଏସ୍ପିପିଏଲ୍ ପ୍ରତିବଦ୍ଧ ରହିଛି । ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ଲାଭ ପହଂଚାଇବା ଲାଗି ଆଗାମୀ ଦିନରେ ଏଭଳି ଅଧିକ ଶିବିର ଆୟୋଜନ କରିବାକୁ କଂପାନି ଆଶା ରଖିଛି । ବର୍ତମାନ ସୁଦ୍ଧା ଏସ୍ପିପିଏଲ୍ ଦ୍ୱାରା ଆୟୋଜିତ ୫ ସ୍ୱାସ୍ଥ୍ୟ ଶିବିରରେ ୪୦୦୦ରୁ ଅଧିକ ଲୋକଙ୍କ ଚିକିତ୍ସା କରାଯାଇସାରିଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.