ଭୁବନେଶ୍ୱର: ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ପ୍ରବଳ ଉତ୍ସାସ ଓ ଉଦ୍ଦୀପନା ସହ ଲାଇନ୍ମ୍ୟାନ୍ ଦିବସ ଓ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଲାଇନ୍ମ୍ୟାନ୍ ଓ ଗ୍ରାଉଣ୍ଡ୍ ମେଟେଂନାନ୍ସ ଷ୍ଟାଫ୍ଙ୍କର (କ୍ଷେତ୍ରରେ ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ କର୍ମଚାରୀ) ମୂଲ୍ୟବାନ ଯୋଗଦାନକୁ ସ୍ୱୀକୃତି ଦେବା ।
ବିଦ୍ୟୁତ ଭିତିଭୂମିକୁ ବଜାୟ ରଖିବା ଏବଂ ଅଭାବନୀୟ ବିଦ୍ୟୁତ ବିଭ୍ରାଟକୁ ରୋକିବା ଲାଗି ଚବିଶ ଘଂଟା କାମ କରୁଥିବା ଲାଇନମ୍ୟାନ୍ ଓ ଗ୍ରାଉଣ୍ଡ୍ ମେଟେଂନାନ୍ସ ଷ୍ଟାଫ୍ମାନଙ୍କ ଅକ୍ଳାନ୍ତ ଉଦ୍ୟମ ଓ ନିଃସ୍ୱାର୍ଥପର ସେବାକୁ ଟିପିଏନ୍ଓଡିଏଲ୍ ସ୍ୱୀକାର କରୁଛି । ଲାଇନ୍ମ୍ୟାନ୍ମାନେ ବିବିଧ କାର୍ଯ୍ୟ କରୁଥିବା ବେଳେ ଗ୍ରାହକମାନଙ୍କ ଜୀବନ ଚକ୍ରର ବିଭିନ୍ନ ଦିଗ ଯଥା ନୂଆ ସଂଯୋଗ ପାଇଁ ସମ୍ଭାବ୍ୟ ସର୍ବେକ୍ଷଣଠାରୁ ଆରମ୍ଭ କରି ମିଟରିଂ ସମସ୍ୟା ସମାଧାନ କରିବା, ରାଜସ୍ୱ ସଂଗ୍ରହ ଏବଂ ଏଭଳିକି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ଆଦି କାର୍ଯ୍ୟ ଦାୟିତ୍ୱରେ ରହିଛନ୍ତି ।
ଭାରତରେ ୫୨ତମ ଜାତୀୟ ସୁରକ୍ଷା ଦିବସ ଅନୁସାରେ ୨୦୨୩ ମାର୍ଚ୍ଚ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯିବ । ଚଳିତ ବର୍ଷର ଜାତୀୟ ସୁରକ୍ଷା ଦିବସର ବିଷୟବସ୍ତୁ ହେଉଛି ‘‘ଆମର ଲକ୍ଷ୍ୟ-ଶୂନ କ୍ଷତି’’ (ଆୱାର ଏମ୍-ଜିରୋ ହାର୍ମ) । ସୁରକ୍ଷା ସପ୍ତାହ ପାଳନରେ ପ୍ରତ୍ୟକ୍ଷ ଭାବେ ଭାଗ ନେବା ପାଇଁ ଟିପିଏନ୍ଓଡିଏଲ୍ ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରୁଛି ଏବଂ ଏକ ନିରନ୍ତର ସୁରକ୍ଷା ସଂସ୍କୃତି ଗଠନ କରିବା ଲାଗି ଏହାର ପ୍ରତିବଦ୍ଧତାକୁ ଦୋହରାଉଛି ।
ଏହି ଅବସରରେ ଅତିଥି ଭାବେ ଟିପିଏନ୍ଓଡିଏଲ୍ର ସିଇଓ ଶ୍ରୀ ଭାସ୍କର ସରକାର, ଚିଫ୍ ଅଫ୍ କମର୍ସ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗି, ଚିଫ୍ ଅପରେସନ୍ସ ସର୍ଭିସେସ୍ ନିଲେଶ ପଟଫୋଡେ, ଚିଫ୍ ଏଚ୍ଆର୍ ଆଡ୍ମିନିଷ୍ଟ୍ରେସନ ଶ୍ରୀ ବଲ୍ଲଭ ସିଂହ, ବାଲେଶ୍ୱରର ଏସ୍ଇ ସିଦ୍ଧାର୍ଥ ଶଙ୍କର ରାୟ, ଇଇ-ବିଇଡି ଅମରେଶ୍ୱର ଶତପଥୀ, ଇଇ-ସିଇଡି ଦେବାଶିଷ ପୁହାଣ ଯୋଗ ଦେଇଥିବା ବେଳେ ଟିପିଏନ୍ଓଡିଏଲ୍ର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଲାଇନ୍ମ୍ୟାନ୍ ଏବଂ ୧୧ କେଭି ଓ ୩୩ କେଭି ଏଏମ୍ସିର ବିଜନେସ୍ ଆସୋସିଏଟ୍ସ (ବିଏ) ଷ୍ଟାଫ୍ମାନଙ୍କୁ ନେଇ ଟିପିଏନ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମଗୁଡ଼ିକ ହେଉଛି ସୁରକ୍ଷା ର୍ୟାଲି/ ସେଫ୍ଟି ମାର୍ଚ (ସୁରକ୍ଷା ଭ୍ରମଣ), ପତାକା ଉତୋଳନ, ସୁରକ୍ଷା ଶପଥପାଠ, ସିଇଓ, ଚିଫ୍ ଅପରେସନ୍, ଚିଫ୍ କମର୍ସିଆଲ୍, ଚିଫ୍ ଏଚ୍ଆର୍ଙ୍କ ଅଭିଭାଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ନିର୍ଦିଷ୍ଟ ଡିଭିଜନ୍ରେ ଟିପିଏନ୍ଓଡିଏଲ୍ ଓ ବିଏ କର୍ମଚାରୀ, ସୁରକ୍ଷା କିଟ୍, ପୁରସ୍କାର ବିତରଣ, ସୁରକ୍ଷା ସ୍ଲୋଗାନ୍/ କବିତା, ସମସ୍ତ କର୍ମଚାରୀଙ୍କ ପାଇଁ ଇ-କୁଇଜ୍, ହାଜାର୍ଡସ୍ ହଂଟ୍ ରିପୋର୍ଟିଂ, ସମ୍ବେଦନଶୀଳ ସ୍ଥଳ, ଜନ ସୁରକ୍ଷା ସଚେତନତା ଏବଂ ପିଟିଡବ୍ଲୁ ଏବଂ ଡିଭିଜନ ସ୍ତରରେ ଜେଏସ୍ଏ ସଚେତନତା ଅଧିବେଶନ ।
ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କର ସରକାର କହିଛନ୍ତି ଯେ, “ଜାତୀୟ ସୁରକ୍ଷା ସପ୍ତାହ ୨୦୨୩ର ପ୍ରଥମ ଦିନକୁ ଆମେ ଲାଇନ୍ମ୍ୟାନ୍ ଦିବସ ଭାବେ ପାଳନ କରୁଛୁ । ଆମ ପାଇଁ ଲାଇନମ୍ୟାନମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ସେମାନେ ସବୁଠୁ ଅସୁରକ୍ଷିତ ସ୍ଥିତିରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । କର୍ତବ୍ୟରେ ରହି କାର୍ଯ୍ୟ କରିବା ବେଳେ “ଟେଷ୍ଟ ବିଫୋର ଟଚ’’୍ (ଟିବିଟି) ମନ୍ତ୍ରକୁ ସବୁ ଲାଇନମ୍ୟାନ୍ ଭାଇମାନେ ମନେ ରଖନ୍ତୁ ବୋଲି ମୁଁ ନିବେଦନ କରୁଛି । ଆମ ଲାଇନ୍ମ୍ୟାନ୍ମାନଙ୍କ ଜୀବନର ମୂଲ୍ୟ ଆମେ ବୁଝୁଛୁ ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି ଏବଂ ସମସ୍ତ ଆବଶ୍ୟକ ପ୍ରତିଷେଧକ ଉପକରଣ ଲାଇନମ୍ୟାନ୍ମାନଙ୍କୁ ପ୍ରଦାନ କରାଯାଇଛି । ‘’
ଏହି ଅବସରରେ ଟିପିଏନ୍ଓଡିଏଲ୍ ଏହାର ଲାଇନ୍ମ୍ୟାନ୍ ଓ ଗ୍ରାଉଣ୍ଡ୍ ମେଟେଂନାନ୍ସ ଷ୍ଟାଫ୍ମାନଙ୍କୁ କୃତଜ୍ଞତା ଜଣାଉଛି ଏବଂ ଏହାର ସମସ୍ତ କାର୍ଯ୍ୟ କ୍ଷେତ୍ରରେ ଏକ ସୁରକ୍ଷା ସଂସ୍କୃତିର ପ୍ରସାର କରିବାର ପ୍ରତିବଦ୍ଧତାକୁ ଦୋହରାଉଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.