କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ ସ୍ଥାନୀୟ ଯୁବବର୍ଗଙ୍କୁ ସମ୍ବୋଧନ କଲେ
କଳିଙ୍ଗନଗର: ଯାଜପୁରର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍ର କର୍ପୋରେଟ୍ ସର୍ଭିସେସ୍ ବ୍ଲକ୍ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଏକ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା । ଭାରତୀୟ ସେନାରେ ଯୋଗ ଦେବା ଲାଗି ୨୦୨୩ ମାର୍ଚ୍ଚ ଓ ଏପ୍ରିଲ୍ରେ ହେବାକୁ ଥିବା ନିଯୁକ୍ତି ଅଭିଯାନ ବିଷୟରେ ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଧିବେଶନର ଲକ୍ଷ୍ୟ ଥିଲା ।
ଏହି ଅଧିବେଶନରେ କଳିଙ୍ଗନଗର, ସୁକିନ୍ଦା ଓ ଆଖପାଖ ଅଂଚଳର ୩୦ରୁ ଅଧିକ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ କର୍ଣ୍ଣେଲ୍ ହମିନ୍ଦର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୂତ ମହାନ୍ତି ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ନିରାପତା ମୁଖ୍ୟ କର୍ଣ୍ଣେଲ ପ୍ରକାଶ ସଂଜୟ ଉପସ୍ଥିତ ଥିଲେ ।
ଏହି ଅଧିବେଶନରେ କର୍ଣ୍ଣେଲ ହମିନ୍ଦର ସିଂହ ଭାରତୀୟ ସେନାରେ ଯୋଗ ଦେବାର ବିଭିନ୍ନ ଦିଗ ଯଥା ଆବେଦନ ପ୍ରକ୍ରିୟା, ଯୋଗ୍ୟତା, ପରୀକ୍ଷାର ରୂପରେଖ, ଶାରିରୀକ ଫିଟ୍ନେସ୍, ମେଡିକାଲ୍ ପରୀକ୍ଷା ଏବଂ ସେନାର ବିଭିନ୍ନ ପଦର ବେତନ ଢ଼ାଂଚା ଉପରେ ସୂଚନା ପ୍ରଦାନ କରିଥିଲେ । ଆବେଦନ ପ୍ରକ୍ରିୟାରେ ସାମ୍ନା କରିବାକୁ ପଡ଼ୁଥିବା ସାଧାରଣ ସମସ୍ୟାଗୁଡ଼ିକର କିଭଳି ସମାଧାନ କରାଯାଇପାରିବ ତାହା ଉପରେ ସେ ଦୃଷ୍ଟି ନିକ୍ଷେପ କରିଥିଲେ ।
କର୍ଣ୍ଣେଲ୍ ସଂଜୟ ପ୍ରକାଶ କହିଥିଲେ ଯେ ଗ୍ରାମାଂଚଳର ବହୁ ଶାରିରୀକ ଭାବେ ଯୋଗ୍ୟ ପ୍ରାର୍ଥୀ ଆବେଦନ ଓ ଯୋଗ୍ୟତାର ମାନଦଣ୍ଡ ବିଷୟରେ ସଚେତନତାର ଅଭାବ ଯୋଗୁ ସେନାରେ ଯୋଗ ଦେବାରୁ ବଂଚିତ ହେଉଛନ୍ତି । ଏହି ସଚେତନତା ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ଏବଂ ବର୍ତମାନର ନିଯୁକ୍ତି ଓ ଆବେଦନ ପ୍ରକ୍ରିୟା ବିଷୟରେ ସ୍ଥାନୀୟ ଯୁବବର୍ଗ ମଧ୍ୟରେ ସଚେତନତା ସୃଷ୍ଟି କରିବା ।
ଏହି ଅଧିବେଶନରେ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.