ଗତ ପାଂଚ ବର୍ଷରେ ସକ୍ରିୟ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟାରେ ବାର୍ଷିକ ହାରାହାରି ୧୫% ବୃଦ୍ଧି
ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ପ୍ରତିବର୍ଷ ମହିଳା ଋଣଗ୍ରହୀତାଙ୍କୁ ନେଇ ରିପୋର୍ଟ ଜାରି କରାଯାଉଛି । ଚଳିତ ବର୍ଷ ଜାରି ହୋଇଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ ଋଣ ବଜାରରେ ମହିଳା ଗ୍ରାହକଙ୍କ ସଂଖ୍ୟା ବଢ଼ୁଥିବାରୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ହୋଇଛି । ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ ଅନୁସାରେ ବିଗତ ପାଂଚ ବର୍ଷରେ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟା ବାର୍ଷିକ ୧୫ ପ୍ରତିଶତ ହାରରେ ଆଗକୁ ବଢ଼ିଥିବା ବେଳେ ପୁରୁଷ ଋଣଗ୍ରହୀତାଙ୍କ ସଂଖ୍ୟାରେ ବୃଦ୍ଧିର ହାର ତା’ଠାରୁ କମ୍ ୧୧ ପ୍ରତିଶତ ରହିଛି । ମୋଟ ଋଣଗ୍ରହୀତାଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୨୦୧୭ରେ ୨୫ ପ୍ରତିଶତ ଥିବା ବେଳେ ୨୦୨୨ରେ ତାହା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।
ଦେଶରେ ପ୍ରାୟ ୧୪୦ କୋଟି ଲୋକ ଥିବା ବେଳେ ଆନୁମାନିକ ୪୫.୪ କୋଟି ହେଉଛନ୍ତି ମହିଳା । ସେମାନଙ୍କ ମଧ୍ୟରୁ ମାତ୍ର ୬୩ ନିୟୁତ ମହିଳା ହେଉଛନ୍ତି ସକ୍ରିୟ ଋଣଗ୍ରହୀତା । ମହିଳାମାନଙ୍କୁ ଋଣ ଦେଇ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆହୁରି ବ୍ୟାପକ କରିବା ଲାଗି ଆର୍ଥିକ ଅନୁଷ୍ଠାନଗୁଡ଼ିକ ପାଖରେ ବିପୁଳ ସୁଯୋଗ ରହିଛି ।
ଟ୍ରାନ୍ସୟୁନିୟନ୍ ସିବିଲ୍ର ଚିଫ୍ ଅପରେଟିଂ ଅଫିସର ହର୍ଷାଳା ଚାନ୍ଦୋରକର କହିଛନ୍ତି ଯେ, “ପାରମ୍ପରିକ ଭାବେ ବଚିଂତ ବର୍ଗ ଯଥା ମହିଳାଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୁଯୋଗରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଭାରତୀୟ ଋଣ ବଜାରରେ ମହିଳା ଗ୍ରାହକମାନଙ୍କ ସକ୍ରିୟ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସମଗ୍ର ସାମାଜିକ-ଅର୍ଥନୈତିକ କ୍ଷେତ୍ର, ବୟସ-ବର୍ଗ ଓ ଭୌଗୋଳିକ ଅଂଚଳରେ ମହିଳା ଗ୍ରାହକମାନଙ୍କୁ ସୁହାଇବା ଭଳି ଉତ୍ପାଦ ସେମାନଙ୍କୁ ଆହୁରି ସଶକ୍ତ କରିବ ଏବଂ ସେମାନଙ୍କ ଅଭିଳାଷ ଓ ଅର୍ଥନୈତିକ ଲକ୍ଷ୍ୟକୁ ପୂରଣ କରି ଋଣ ପ୍ରଦାନକାରୀ ସଂସ୍ଥାର ଅଭିବୃଦ୍ଧିରେ ସହାୟକ ହେବ ।’’
ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟରୁ ଜଣାପଡ଼ିଛି ଯେ ମହିଳାମାନଙ୍କ ବିପଦ ଗ୍ରହଣ କରିବାର କ୍ଷମତା ପୁରୁଷଙ୍କ ତୁଳନାରେ ଭଲ ରହିଛି । ୫୭ ପ୍ରତିଶତ ମହିଳା ଋଣଗ୍ରହୀତାଙ୍କ ସ୍କୋର ପ୍ରାଇମ୍ କିମ୍ବା ତା’ଠାରୁ ଅଧିକ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୫୧% ରହିଛି । ମହିଳା ଋଣଗ୍ରହୀତାମାନେ ବ୍ୟକ୍ତିଗତ ଋଣ ଓ କଂଜ୍ୟୁମର ଡ୍ୟୁରେବଲ୍ ଋଣ ଅଧିକ ନେଉଛନ୍ତି । ୨୦୧୭ରୁ ୨୦୨୨ ପାଂଚ ବର୍ଷ ମଧ୍ୟରେ ବ୍ୟବସାୟ ଲାଗି ଋଣ ନେବାକୁ ଚାହୁଥିବା ମହିଳା ଗ୍ରାହକଙ୍କ ସଂଖ୍ୟା ତିନି ଗୁଣା ବଢ଼ିଛି ।
ଗ୍ରାମାଚଂଳ ଓ ଅର୍ଧ ସହରାଚଂଳରେ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟା ବଢ଼ିଛି । ୨୦୧୭ରୁ ୨୦୨୨ ମଧ୍ୟରେ ଏହି ଅଂଚଳରେ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟା ବାର୍ଷିକ ୧୮% ହାରରେ ଆଗକୁ ବଢ଼ିଥିବା ବେଳେ ପୁରୁଷ ଋଣଗ୍ରହୀତାଙ୍କ ସଂଖ୍ୟାରେ ବୃଦ୍ଧିର ହାର ୧୪ ପ୍ରତିଶତ ରହିଛି ।
ଟ୍ରାନ୍ସୟୁନିୟନ୍ ସିବିଲ୍ର ବରିଷ୍ଠ ଉପସଭାପତି ଓ ମୁଖ୍ୟ-ଡିଟିସି ଇଟଂରଆକ୍ଟିଭ୍ ସୁଜାତା ଅହଲାୱତ କହିଛନ୍ତି ଯେ, “ଅଧିକରୁ ଅଧିକ ମହିଳା ସେମାନଙ୍କ ସିବିଲ୍ ସ୍କୋର ଓ ରିପୋର୍ଟକୁ ନିରୀକ୍ଷଣ କରୁଥିବାରୁ ଜଣାପଡ଼ୁଛିଯେ ସେମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ଓ ଋଣ ବିଷୟରେ ଜାଗରଣ ବୃଦ୍ଧି ପାଇଛି । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହେଉଛି ଯେ ଋଣ ଶୃଙ୍ଖଳା ଜରୁରୀ ବୋଲି ସେମାନେ ଜାଣିପାରିଛନ୍ତି ଏବଂ ନିଜର କ୍ରେଡିଟ୍ ପ୍ରୋଫାଇଲ୍ରେ ଉନ୍ନତି ଆଣିବା ଲାଗି ନିୟମିତ ଉଦ୍ୟମ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.